oom

ପଦ୍ମପୁର କେନ୍ଦୁପତ୍ର ଡିଏଫ୍‌ଓଙ୍କ ସହ କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ଭାବେ ପଦ୍ମପୁର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ ଭାବେ ଯୋଗଦେଇ ଥିବା ବିଭୂତି ଭୂଷଣ ବେହେରାଙ୍କ ସହ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ କମିଟି ଏକ ବୈଠକ ପଦ୍ମପୁର କେନ୍ଦୁପତ୍ର ବଙ୍ଗଲାଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ କୋକିଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦୁପତ୍ର ଶ୍ରମିକ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ବୈଠକ ଆରମ୍ଭରୁ ପଦ୍ମପୁରର ନୂତନ ଡିଏଫ୍‌ଓ ଶ୍ରୀ ବେହେରାଙ୍କୁ କର୍ମଚାରୀ ସଂଘ ଦ୍ୱାରା ପୁଷ୍ପମାଲ୍ୟ, ଉପଢୌକନ ଓ ନୃସିଂହନାଥ ମହାପ୍ରଭୁଙ୍କ ଫଟୋଚିତ୍ର ଦେଇ ସମ୍ୱର୍ଦ୍ଧନା ସହ ସ୍ୱାଗତ କରାଯାଇଥିଲା । ବୈଠକରେ ଡିଏଫ୍‌ଓ ଶ୍ରୀ ବେହେରା ଉଲ୍ଲେଖ କରିଥିଲେ ଯେ, ଅତିତରେ ସାରା ଓଡ଼ିଶାରେ କେନ୍ଦୁପତ୍ର ଉତ୍ପାଦନ କ୍ଷେତ୍ରରେ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ୧ ନମ୍ବର ଡିଭିଜନ ଥିଲା । ପୁଣି ଥରେ ସିଜିନାଲ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କ ଭିତରେ ଉତ୍ତମ ବୁଝାମଣା କରି ପଦ୍ମପୁର କେନ୍ଦୁପତ୍ର ଡିଭିଜନକୁ ଓଡ଼ିଶାର ୧ ନମ୍ବର ଡିଭିଜନ ଭାବେ ସ୍ଥାପିତ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ପଦ୍ମପୁର ରେଞ୍ଜର କେଶବ ନାଏକ, ଜଗଦଲପୁର ରେଞ୍ଜର ରମେଶ ସାହୁ, କେନ୍ଦୁପତ୍ର କର୍ମଚାରୀ ସଂଘ ହେଡଚେକର ରୁଷଭ ପ୍ରଧାନ, ପ୍ରଫୁଲ୍ଲ କୁମ୍ଭାର, ନାରାୟଣ ପୋଢ, ବସନ୍ତ ସାହୁ, ରଙ୍କମଣି ହୋତା, ଲୋଚନ ମୁନା, ଡୋଲେନ୍ଦ୍ର ସାହୁ, ଶ୍ୟାମ ଚନ୍ଦନ, ମହେନ୍ଦ୍ର ପ୍ରଧାନ, ସାଇଧର ପାଣ୍ତେ, ପଞ୍ଚାନନ ପ୍ରଧାନ, ଘନଶ୍ୟାମ ଭୋଇ, ଚକାମନ ପ୍ରଧାନ, ସତ୍ୟବାନ ପ୍ରଧାନ, କ୍ଷିତି ଭୂଷଣ ପ୍ରଧାନ, ରବିନ୍ଦ୍ର ନନ୍ଦ, ମଧୁ ବେହେରା ଉପସ୍ଥିତ ଥିଲେ । ଶେଷରେ ହେଡଚେକର ସୁରେଶ ପଣ୍ତା ଧନ୍ୟବାଦ ଅର୍ପଣ ଦେଇଥିଲେ ।

jittmm
Leave A Reply

Your email address will not be published.