pakka

ଧର୍ମ ଲୁଚାଇ ବିବାହ ବାହାନାରେ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ପୋଲିସ ଅଧିକାରୀ, କୋର୍ଟ ବାହାରେ ମାଡ ମାରିଲେ ଓକିଲମାନେ

ଗୋଣ୍ଡା : ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ପ୍ରେମ ପ୍ରତାରଣାର ଏକ ମାମଲା ସାମ୍ନାକୁ ଆସିଛି । ଜଣେ ପୋଲିସ ଅଧିକାରୀ ନିଜ ଧର୍ମକୁ ଲୁଚାଇ ବିବାହର ବାହାନା କରି ଜଣେ ମହିଳାଙ୍କୁ ବଳାତ୍କାର କରି ଆସୁଥିବା ଅଭିଯୋଗ ଆସିବା ପରେ ଏସ୍‌ପି ଆକାଶ ତୋମାର ସିଓ କ୍ରାଇମ୍‌ ଲକ୍ଷ୍ମୀକାନ୍ତ ଗୌତମଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଥିଲା । ତେବେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ପୂର୍ବରୁ ପୋଲିସ ଅଧିକାରୀଙ୍କୁ କୋର୍ଟ ବାହାରେ ଉପସ୍ଥିତ ଓକିଲମାନେ ମାଡ ମାରିଥିବା ସୂଚନାରେ କୁହାଯାଇଛି । ବାସ୍ତବରେ, ନିଜକୁ ରିଙ୍କୁ ଶୁକ୍ଲା ବୋଲି ଦର୍ଶାଇ ପୋଲିସ ଇନ୍ସପେକ୍ଟର ମହମ୍ମଦ ବସି ଜଣେ ହିନ୍ଦୁ ଯୁବତୀଙ୍କୁ ୩ ବର୍ଷ ଧରି ବଳାତ୍କାର କରିଥିଲେ ଏବଂ ବର୍ତ୍ତମାନ ବିବାହ କରିବାକୁ ମନା କରିବା ପରେ ପୀଡିତା ନ୍ୟାୟ ପାଇଁ ପୋଲିସ ପାଖରେ ନିବେଦନ କରିଛନ୍ତି । ଏହି ମାମଲା କୋଟୱାଲୀ ନଗର ଅଞ୍ଚଳର ଅଟେ । ପୀଡିତା ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନିକଟରେ ଆବେଦନ କରି ଅଭିଯୋଗ କରିଥିଲେ ।

ପୀଡିତାଙ୍କ କହିବା ଅନୁସାରେ ଏହି ପୋଲିସ ଇନ୍ସପେକ୍ଟରଙ୍କ ସହ ୩ ବର୍ଷ ହେଲା ତାଙ୍କର ଦୈହିକ ସମ୍ପର୍କ ଅଛି ଏବଂ ସେ କ୍ରମାଗତ ଭାବରେ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଛନ୍ତି । ଏପରିକି ସେ ଏହି ପୋଲିସ ଇନ୍ସପେକ୍ଟରଙ୍କ ଦ୍ୱାରା ଦୁଇଥର ଗର୍ଭବତୀ ହୋଇ ଗର୍ଭପାତ କରାଇଛନ୍ତି । ଏଥି ସହିତ ପୀଡିତା କହିଛନ୍ତି ଯେ, ତାଙ୍କ ପାଖରେ ସମସ୍ତ ପ୍ରମାଣ ଅଛି । କିନ୍ତୁ ବର୍ତ୍ତମାନ ଇନ୍ସପେକ୍ଟର ବିବାହ କରିବାକୁ ମନା କରି ପଳାୟନ କରୁଛନ୍ତି ।

Leave A Reply

Your email address will not be published.

6 − three =