ବାଇକ୍ ଦୁର୍ଘଟଣାରେ ୩ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଟଙ୍କପାଣି ଚାନ୍ଦଲି ଜଙ୍ଗଲ ନିକଟରେ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୩ ଜଣ ଆହାତ ହୋଇଛନ୍ତି । ସୂଚନା ଅନୁସାରେ ସୁନାମୁଦି ଗ୍ରାମର ୨ଜଣ ଲାଠୋର ପଟୁ ହୀରୋ ସିଡି ଡିଲକ୍ସ ବାଇକରେ ନିଜ ଗ୍ରାମ ସୁନାମୁଦିକୁ ଫେରୁଥିଲେ ଏବଂ ଆଉ ଜଣେ ସାନଗୁର୍ଜିଭଟା ଗ୍ରାମର ଟଙ୍କପାଣି ଗ୍ରାମ ପଟୁ ସ୍ପେଲେଣ୍ଡର ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । ଠିକ୍‌ ଏହି ସମୟରେ କୌଣସି କାରଣ ବଶତଃ ୨ ବାଇକ ମୁହାଁ ମୁହିିଁ ପିଟି ହେବା ଫଳରେ ୩ ଜଣ ବାଇକରୁ ପଡି ଯାଇଥିଲେ । ପରେ ଟଙ୍କପାଣି ଗ୍ରାମରକ୍ଷୀ ନନ୍ଦଲାଲ ବାଗ ଘଟଣାସ୍ଥଳକୁ ପହଞ୍ଚିବା ପରେ ଲାଠୋର ପୋଲିସକୁ ଖବୀର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରି ଆମ୍ବୁଲାନ୍ସରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଖପ୍ରାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.