ବାହୁଡ଼ା ଯାତ୍ରା ସମୟରେ ଜୁଆ ଖେଳ ଉପରେ ପୁଲିସର ଚଢ଼ଉ : ୫ ଗିରଫ

ବେଲପଡ଼ା, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ୍‌ ଭାଲୁଖାଇ ଗ୍ରାମରେ ବାହୁଡ଼ା ଯାତ୍ରା ସମୟରେ ଜୁଆ ଖେଳ ଉପରେ ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ବନମାଲ ଗ୍ରାମର ବିଦ୍ୟାଧର ସାହୁ (୩୪ବର୍ଷ), ବାଗଦୋରର ଗୁନିଆ ତାଣ୍ଡି (୪୦ବର୍ଷ), ମାଲପଡ଼ାର ଲଖିରାମ ଖୁରା (୩୨ବର୍ଷ), ବାଗଦୋରର ଖଗେଶ୍ୱର ବାଗ (୧୭ବର୍ଷ), ସଲଣ୍ଡିର ଯୁଧିଷ୍ଠିର ଗହୀର (୩୩ ବର୍ଷ) ବୋଲି ଜଣାପଡିଛି । ସୂଚନା ଅନୁସାରେ ଏହି ଗାଁରେ ବାହୁଡ଼ା ଯାତ୍ରା ସମୟରେ ଘୁଡ଼ଘୁଡ଼ୁ ପଟି ଖେଳ ଚାଲିଥିଲା । ସନ୍ଧ୍ୟା ପ୍ରାୟ ୭ଟାରେ ବେଲପଡ଼ା ଥାନା ଏସ୍‌ଆଇ ବି. କେ. ବେହେରା ଚଢ଼ଉ କରି ଉକ୍ତ ୫ ଜଣଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ୧୨୨୪୦ ଟଙ୍କା, ୫ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଥିଲେ । ଗିରଫମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି ।

Leave A Reply

Your email address will not be published.