ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ ତରଫରୁ ବୃକ୍ଷ ରୋପଣ ଓ କର୍ମନିଯୁକ୍ତିକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ

ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ ତରଫରୁ ଫୁଲବାଣୀ ସରକାରୀ ବହୁମୁଖୀ ବୈଷୟିକ ମହାବିଦ୍ୟାଳୟଠାରେ ବୃକ୍ଷ ରୋପଣ ସହିତ ଡିପ୍ଲୋମା ପାଠ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ କିପରି କର୍ମନିଯୁକ୍ତି ପାଇପାରିବେ ସେ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାହାଡ ଅନୁଷ୍ଠାନର ନିର୍ଦ୍ଦେଶକ ପଞ୍ଚାନନ ମିଶ୍ର, ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍‌ ସ।ହୁ, ଆମ ଜଙ୍ଗଲ ଯୋଜନାର ଜିଲ୍ଲା ସଂଯୋଜକ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ଆମ ଜଙ୍ଗଲ ଯୋଜନାରେ କାର୍ଯ୍ୟରତ ସମସ୍ତ ଟିମ୍‌ ଲିଡର ଓ ଉନ୍ନୟନ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.