କେରଳର ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପଡ଼ିଲା ବୋମା

ନୂଆଦିଲ୍ଲୀ : କେରଳର କନ୍ନୁ ଜିଲ୍ଲାର ପୟାନୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ଉପରେ ପଡ଼ିଲା ବୋମା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଶୁନଶାନ ହୋଇଯାଇଛି । ପୟାନୁର ପୋଲିସ ଅନୁସାରେ ଏହି ଘଟଣା ଆଜି ସକାଳେ ହୋଇଛି । ଏହି ଆକ୍ରମଣରେ କୋଠାର ଝରକା ଓ କାଚ ଭାଙ୍ଗି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.