ଧୂମାଭଟା ଗାଁରେ ଯୌତୁକ ନିର୍ଯ୍ୟାତନା ନେଇ ବଧୂ ହତ୍ୟା ଅଭିଯୋଗ

  • ସ୍ୱାମୀ ବେଲପଡା ଥାନାରେ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଧୂମାଭଟା ଗାଁରେ ଯୌତୁକ ନିର୍ଯ୍ୟାତନା ନେଇ ବଧୂ ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ଗାଁର ଶବରପଡାରେ । ସୂଚନାନୁସାରେ ଉଦ୍ଧବ ରଣାଙ୍କ ସାନ ପୁଅ ସନ୍ୟାସୀ ରଣା ସଇଁତଲା ଥାନା ଅନ୍ତର୍ଗତ ସିସକେଲା ଗାଁର ଚିତ୍ର ରଣାଙ୍କ ଝିଅ ସଂଗୀତା ରଣାଙ୍କ ସହ ବୈଦିକ ରୀତିରେ ଗତ ଜାନୁୟାରୀ ମାସରେ ବାହା ହୋଇଥିଲେ । ଝିଅର ଭାଇଙ୍କ କହିବା ଅନୁସାରେ ଉଭୟ ସିସକେଲା ଗାଁକୁ ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗାଲି ଗୁଳଜ ହୋଇଥିଲା । ପରେ ନିଜ ଗାଁ ଧୂମାଭଟାକୁ ଆସିଥିଲେ । ହଠାତ୍‌ ଗତକାଲି ଝିଅ ଓ ପୁଅ ମଧ୍ୟରେ ଝଗଡ଼ା ହୋଇ ଝିଅର ସନ୍ଦେହ ଜନକ ମୃତ୍ୟ ହୋଇଥିବା ପୁଅ ପରିବାର ଲୋକେ କହୁଥିବା ବେଳେ ଅନ୍ୟପଟେ ଝିଅର ଭାଇ ଅଧିକ ଯୌତୁକ ନ ଦେବାରୁ ମୋ ଭଉଣୀଙ୍କୁ ମାରି ଦେଇଛନ୍ତି ବୋଲି ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବେଲପଡା ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ପୁଅ ସନ୍ୟାସୀକୁ ଥାନାରେ ଅଟକ ରଖାଯାଇଛି । ଅଧିକ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା କହିଛନ୍ତି ।

Leave A Reply

Your email address will not be published.