ଆର୍‌ଏମ୍‌ସି ଗୋଦାମରୁ ସାର ଚୋରି ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଆର୍‌ଏମ୍‌ସି ଗୋଦାମରୁ ୧୦୭ ବସ୍ତା ସାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆର୍‌ଏମ୍‌ସି ଗୋଦାମରୁ ଶୁକ୍ରବାର ରାତିରେ ଚୋରମାନେ ତାଲା ଭାଙ୍ଗି ୭୫ପ୍ୟାକେଟ ୟୁରିଆ ଓ ୩୨ପ୍ୟାକେଟ ଡିଏପି ସାର ନେଇ ଯାଇଥିବା ବିଷୟରେ ଗୋଦାମ ଦାୟିତ୍ୱରେ ଥିବା କର୍ମଚାରୀ ଟିକେଶ୍ୱର ପାଣ୍ଡେ ଜାଣିବାକୁ ପାଇଥିଲେ । ଏନେଇ ସେ ପେକ୍ସ ସଭାପତିଙ୍କୁ ଜଣାଇବା ପରେ ନୂଆପଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତି କରି ।ପାଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।

Leave A Reply

Your email address will not be published.