ଦେଶ ଛାଡ଼ି ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ

କଲମ୍ବୋ: ଦେଶ ଛାଡ଼ି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ପଳାୟନ କରିଥିବା ଏବେ ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବୀରେ ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ଶନିବାର ଦିନ ତାଙ୍କ ସରକାରୀ ବାସଭବନ ଘେରିଛନ୍ତି । ଶନିବାର ସକାଳେ ବିକ୍ଷୋଭକାରୀଙ୍କୁ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ ନକରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର କରି ପାଣି ତୋପ ଓ ଗୁଳି ଚଳାଇଥିଲା ବୋଲି ଡେଲି ମିରର୍‌ ରିପୋର୍ଟ କରିଛି । ତେବେ ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗି ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିଥିଲେ । ତେବେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ତାଙ୍କ ସରକାରୀ ବାସଭବନରୁ ପଳାୟନ କରିଛନ୍ତି । ସୂଚନା ଅନୁସାରେ ଗତ ମାର୍ଚ୍ଚରୁ ଇସ୍ତଫା ଦେବା ପାଇଁ ରାଷ୍ଟ୍ରପତି ଚାପରେ ରହିଥିଲେ । ଏପ୍ରିଲରେ ବିରୋଧକାରୀମାନେ ତାଙ୍କ କାର୍ୟ୍ୟାଳୟର ପ୍ରବେଶ ଦ୍ୱାର ଦଖଲ କରିବା ପରଠାରୁ ସେ ରାଷ୍ଟ୍ରପତିଙ୍କ ବାସଭବନକୁ ତାଙ୍କ କାର୍ୟ୍ୟାଳୟ ଭାବରେ ବ୍ୟବହାର କରିଆସୁଥିଲେ । କଲମ୍ବୋରେ ବିରୋଧ ଆରମ୍ଭ ହେବା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ରାଜପକ୍ଷେ ଏହି ସ୍ଥାନ ଖାଲି କରିଥିବା କୁହାଯାଉଛି ।

Leave A Reply

Your email address will not be published.