ମାରଣାସ୍ତ୍ର ସହ ୩ ଜଣ ଡକାୟତଙ୍କୁ ଧରିଲା ଅତାବିରା ପୋଲିସ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ପୋଲିସ ଜାତୀୟ ରାଜପଥ-୫୩ ସରଣ୍ଡା ଛକରେ ବିଳମ୍ବିତ ରାତିରେ ଡ଼କାୟତି ଉଦ୍ୟମ କରୁଥିବା ବେଳେ ମାରଣାସ୍ତ୍ର ସହ ୩ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି । ବରଗଡ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଓ ଅତାବିରା ଥାନା ଅଧିକାରୀଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ୍‌ ସରଣ୍ଡା ଛକରେ ଚଢଉ କରି ଡ଼କାୟତି ଉଦ୍ୟମ କରୁଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଦୁଇଟି ୭.୬୫ଏମ୍‌ଏମ୍‌ର ପିସ୍ତଲ, ଗୋଟିଏ ଭୁଜାଲି, ଗୋଟେ ପ୍ୟାକେଟ ଲଙ୍କା ଗୁଣ୍ଡ, ଦୁଇଟି ମୋବାଇଲ, ନଗଦ ୧୨୭୦ ଟଙ୍କା ଓ ଗୋଟିଏ ଜୁପିଟର୍ ସ୍କୁଟିକୁ ଜବତ କରାଯାଇଛି । ତିନି ଅଭିଯୁକ୍ତ ମାନେ ହେଲେ ସାଗର ସୁନା, ଆଲୋକ କନ୍ଧ ଓ ଆଶିଷ କନ୍ଧ ‌। ସମସ୍ତ ଅଭିଯୁକ୍ତ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡିଛି । ଅତାବିରା ଥାନା କେସ୍‌ ନମ୍ବର ୨୩୬/୨୦୨୨ ୟୁ/ଏସ ୩୯୯/୪୦୨ ଆଇପିସି ୨୫ ଧାରାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.