ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ଗିରଫ କଲା ପୋଲିସ

ବୌଦ୍ଧ, (ବଂଶୀଧର ମାଝୀ) : ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବୁର୍ଲା ଥାନା କଟାପାଲି ଗ୍ରାମର ରାଠୀ ରାସ୍ତାରେ ଚାଲିଥିଲା ଡକାୟତି ଯୋଜନା । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ବୁର୍ଲା ଥାନା ପେଟ୍ରୋଲିଂ ଟିମ୍‌ ଉକ୍ତ ଅଞ୍ଚଳରେ ଚଢଉ କରିଥିଲା । ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା । ସେମାନଙ୍କ ପାଖରୁ ପୁଲିସ ୨ଟି ବାଇକ୍‌(ଓଡି୧୫ ଡି ୯୬୬୬, ଓଡି ୧୫ ଏ ୪୭୭୭) ସହ ବିଭିନ୍ନ ମାରଣାସ୍ତ୍ର, ଲଙ୍କାଗୁଣ୍ଡ ଆଦି ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଟାଉନ୍‌ ଥାନା ମୁଦିପଡାର ଦେବ ମୁଖୀ(୨୪), ବିକାଶ କଂସାରି(୨୪), ପିି୍ରତମ ସାଗର(୨୮), ରସିକ ମୁଖୀ (୨୨) ଏବଂ କୁମ୍ଭାରପଡାର ମୋହାସିନ ଅକତର(୩୧) । ସମସ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.