ସିଏମ୍ ହେବା ମାତ୍ରେ ଆକ୍ସନ୍ରେ ସିନ୍ଦେ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗରେ କୌଣସି ବିଶେଷ ପ୍ରୋଟୋକଲ୍ ରହିବ ନାହିଁ : ପୋଲିସକୁ ଦିଆଗଲା ନିର୍ଦ୍ଦେଶ
ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ଦିନ ପୋଲିସ ଅଧିକାରୀଙ୍କୁ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସମାବେଶରେ କିମ୍ବା ତାଙ୍କ ପାଖକୁ ଯିବା ବାଟରେ କୌଣସି ବିଶେଷ ପ୍ରୋଟୋକଲର ଆବଶ୍ୟକତା ନାହିଁ । ଏହି ସୂଚନା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି । ଏହି ପ୍ରସଙ୍ଗରେ ସିଏମ ସିନ୍ଦେ ପୋଲିସ ମହାନିର୍ଦ୍ଦେଶକ ରଜନୀଶ ସେଠ ଏବଂ ପୋଲିସ କମିଶନର ବିବେକ ଫନ୍ସାଲ୍କରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଅନେକ ଶିବସେନା ବିଧାୟକଙ୍କ ବିଦ୍ରୋହ ପରେ ପୂର୍ବତନ ସିଏମ୍ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହା ବିକାଶ ଆଘାଡ଼ି ସରକାର ରାଜ୍ୟରେ କ୍ଷମତାରୁ ଖସି ଆସିଥିଲେ ଏବଂ ଜୁନ୍ ୨୯ରେ ସିଏମ୍ ଉଦ୍ଧବ ଠାକରେଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଏହାର ଗୋଟିଏ ଦିନ ପରେ ଏକନାଥ ସିନ୍ଦେ ରାଜ୍ୟର ନୂତନ ସିଏମ୍ ଭାବରେ ଶପଥ ଗ୍ରହଣ କରିଥିଲେ ।