oom

ଶିବସେନା ଠାରୁ କେହି ତୀର ଓ ଧନୁ ନେଇ ପାରିବେ ନାହିଁ, ଜୁଲାଇ ୧୧ରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଗଣତନ୍ତ୍ରର ଭବିଷ୍ୟତ ସ୍ଥିର କରିବ : ଉଦ୍ଧବ ଠାକରେ

jsmm

ମୁମ୍ୱାଇ : ନିର୍ବାଚନ ପ୍ରତୀକକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଦଳ ସହ ବିବାଦ ମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଦିନ କହିଛନ୍ତି ଯେ, ତାଙ୍କ ଦଳର ପ୍ରତୀକ ତୀର ଓ ଧନୁକୁ କେହି ନେଇ ନାହିଁ । ଉପକଣ୍ଠ ବାନ୍ଦ୍ରାସ୍ଥିତ ତାଙ୍କ ମାଟୋଶ୍ରୀ ବାସଭବନରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଠାକରେ ଦଳ ବିଦ୍ରୋହୀ ତଥା ଭାରତୀୟ ଜନତା ପାର୍ଟିକୁ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମ୍ମୁଖୀନ ହେବାକୁ ଚ୍ୟାଲେଞ୍ଜ କରିଥିଲେ ।

ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଦାବୀ କରି ଠାକରେ କହିଛନ୍ତି ଯେ, ତାଙ୍କ ନେତୃତ୍ୱରେ ମହା ବିକାଶ ଆଘାଡି (ଏମଭିଏ) ସରକାରକୁ ଭାଂଗିବା ଉପରେ ଲୋକଙ୍କୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସୁଯୋଗ ଦିଆଯିବା ଉଚିତ । ସେ କହିଛନ୍ତି ଯେ, ଯଦି ନିର୍ବାଚନରେ ​​ଲୋକମାନେ ତାଙ୍କ ଦଳକୁ ସମର୍ଥନ କରନ୍ତି ନାହିଁ, ତେବେ ସେ ଏହାକୁ ଗ୍ରହଣ କରିବେ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବା ଉଚିତ୍ । ଯଦି ଆମେ କୌଣସି ଭୁଲ କରିଛୁ, ତେବେ ଲୋକମାନେ ଆମକୁ ସମର୍ଥନ କରିବେ ନାହିଁ ଏବଂ ଏହା ଆମ ପାଇଁ ଗ୍ରହଣୀୟ ହେବ ।

jittmm
Leave A Reply

Your email address will not be published.