csstore

ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ବେଆଇନ ଗିରଫର ପ୍ରତିବାଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟର ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ଇଓଡବ୍ଲୁର ବେଆଇନ ଗିରଫଦାରୀର ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀ ଛକଠାରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ପ୍ରଦାନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନରେ ସାମ୍ବାଦିକ ଉମେଶ ବିଶ୍ୱାଳ, ବ୍ୟମକେଶ ଦାଶ, ବିରେନ୍ଦ୍ର ପ୍ରଧାନ, ରବିନାରାୟଣ ପଣ୍ଡା, ସଚ୍ଚିଦାନନ୍ଦ ପାତ୍ର, ଜିଭି ରାଓ, ଧ୍ରୁବ କର୍ମୀ, ପ୍ରେମାନନ୍ଦ ଖମାରୀ, ଅନନ୍ତ ମଟାରୀ, ଲଲାଟେନ୍ଦୁ ଦାଶ, ଭାଜପା ନେତା କୁଶ କଲେତ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ପରେଶ୍ ବିଶି, କଂଗ୍ରେସ ଜିଲ୍ଲା ସଭାପତି ନୀହାର ମହାନନ୍ଦ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.