csstore

ଝାରମୁଣ୍ଡାରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ଅବସରରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍‌ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶାଗୁଆନ, ଦେବଦାରୁ ସମେତ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା । ଏଥିରେ ଲୋଇସିଂହା ରେଞ୍ଜର ପାଉଲ ହରପାଳ, ଫରେଷ୍ଟର ସୁନିଲ ମିଶ୍ର ଓ ବିମ୍ବାଧର ବେହେରା ଯୋଗଦେଇ ଗଛ ଲଗାଇବା ପରେ ଯତ୍ନ, ସୁରକ୍ଷା ଉପରେ କହିଥିଲେ । ଏସୋସିଏସନ୍‌ ସଭାପତି ଶ୍ୟାମ ସୁନ୍ଦର ମେହେର, ସମ୍ପାଦକ ସଚିଦାନନ୍ଦ ସାହୁ, ବନ କର୍ମଚାରୀ ଚିନ୍ମୟ ପଧାନ ଓ ରାଜ କୁମାର ଭୋଇ, ଏସୋସିଏସନ୍‌ କର୍ମକର୍ତା ସୁଧାଂଶୁ ମାହାକୁର, ଗୁଣମଣି ସେଠ, କାର୍ତ୍ତିକ କାର୍ତ୍ତି, କାଳୀ ଚରଣ ବଗର୍ତ୍ତି, ଗୋକୁଳ ମେହେର, ସୁକାନ୍ତ ତାଣ୍ଡି, ବିନୋଦ ଧରୁଆ, ଅନ୍ତର୍ଯ୍ୟାମୀ ମେହେର, ସନ୍ତୋଷ ମେହେର, ସୁନିଲ ମେହେର, ନୀଳମଣି ପାଣ୍ଡେ, ସିକୁ ବେହେରା, ନେହେରୁ ଯୁବ କେନ୍ଦ୍ର ସ୍ୱେଚ୍ଛାସେବୀ ସନତ ପଟେଲ ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.