oom

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ “ବନ ମହୋତ୍ସବ” ସପ୍ତାହ ଉଦ୍‌ଘାଟନ

jsmm

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ଆମର ତିଳଯୋଡି ଯୁବକ ସଙ୍ଘର ମିଳିତ ଉଦ୍ୟମରେ ତିଳଯୋଡି ଗ୍ରାମର ଅଙ୍ଗନବାଡି ସେଣ୍ଟରଠାରେ “ବନ ମହୋତ୍ସବ ” ସପ୍ତାହ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରଝୋଲା ଗ୍ରାମ ପଞ୍ଚାୟତର ସରପଞ୍ଚ ମୁରଲୀ ପ୍ରଧାନ, ନାଏବ ସରପଞ୍ଚ ଦୀପ୍ତି ନାଏକ, ଅଙ୍ଗନବାଡି କର୍ମୀ ବୈଦେହୀ ନାଏକ ଯୋଗଦେଇ ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ପ୍ରତେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇ ନୂଆ ଜଙ୍ଗଲ ସୃଷ୍ଟି କରିବାର ସମୟ ଆସିଛି ବୋଲି ଅଙ୍ଗନବାଡି ଦିଦି ମତ ଦେଇଥିବା ବେଳେ ପଞ୍ଚାୟତର ସରପଞ୍ଚ ପ୍ରତ୍ୟେକ ଗାଁରେ ବୃକ୍ଷରୋପଣ କରିବା ସହ ନୂଆ ଜଙ୍ଗଲ ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଆଗାମୀ ଦିନରେ ତିଳଯୋଡି ଗାଁରେ ବ୍ୟାପକ ପରିମାଣରେ ଗଛ ଲଗାଇବା ପାଇଁ ଉପସ୍ଥିତ ସମସ୍ତ ସ୍ବେଛାସେବୀ ଶପଥ ନେଇଥିଲେ । ସେଣ୍ଟର ପରିସରରେ ବହୁ ମୂଲ୍ୟବାନ ଗଛ ସବୁ ରୋପଣ କରାଯାଇଥିଲା । ଆଜିର ଏହି ଚାରା ରୋପଣ କାର୍ଯ୍ୟରେ ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ୱେଛାସେବୀ ଯଶୋବନ୍ତ ରଣା ପରିଚାଳନା କରିଥିବା ବେଳେ ନିରୁପମା ଦୁର୍ଗା, ନମିତା ନାଏକ, ଭାଗ ମାଝୀ, ଦିଲେଶ୍ଵର ଶବର, ମହେନ୍ଦ୍ର ଶବର, ମହେନ୍ଦ୍ର ନାଏକ ପ୍ରମୁଖ ଚାରା ରୋପଣ ସମୟରେ ସହଯୋଗ କରିଥିଲେ । ସ୍ବେଛାସେବୀମାନଙ୍କ ଏହିପରି କାର୍ଯ୍ୟକୁ ଗ୍ରାମବାସୀ ସ୍ୱାଗତ କରିଛନ୍ତି ।

jittmm
Leave A Reply

Your email address will not be published.