jayashree

ଦ୍ୱିତୀୟ ଦିନରେ ମ. ରାମପୁର ରେଞ୍ଜର ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ

  • ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର ଓ ଗଏନଦାମୁଣ୍ଡା ବନ ସୁରକ୍ଷା ସମିତିର ବନ ମହୋତ୍ସବ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ. ରାମପୁର ବନାଞ୍ଚଳର ଗଏନଦାମୁଣ୍ଡା ବନ ସୁରକ୍ଷା ସମିତି ଓ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରଠାରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷ୍ୟ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମ. ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ଅଧକ୍ଷ ମୁନା ବେହେରା, ବନପାଳ ଲବ ପଣ୍ଡା, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ବନ ସୁରକ୍ଷା ସମିତିର ସଭାପତି ଘାସିରାମ ବାଗ, ବନରକ୍ଷୀ ଶଙ୍କର ବାଗ, ପୁଷ୍ପାଞ୍ଜଳି ସରୁଆ, ସତ୍ୟଭାମା, ବନବାସ ଶବର, ବିକାଶ ଅଧିକାରୀ ହେମନ୍ତ ସାହୁ, କୁନୁ ଛାତ୍ରିଆ, ଅଭୟ ବାଘ, ଛାତ୍ରଛାତ୍ରୀ, ବନ ସୁରକ୍ଷା ସମିତି ସଦସ୍ୟ/ ସଦସ୍ୟା ଓ ବିଦ୍ୟାଳୟ ଅଧ୍ୟାପକ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବୃକ୍ଷ ରୋପଣର ମହତ୍ୱ, ଉପକାରିତା, ଗଛର ପାଳନ, ସୁରକ୍ଷା ଜଳବାୟୁ ପରିବର୍ତ୍ତନ ଉପରେ ସଚେତନ କରିବା ସହ ବନ୍ୟଜନ୍ତୁର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.