ମନହିରା ଗ୍ରାମରେ ବାଇକ ଦୁର୍ଘଟଣା : ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ସମୟରେ ମନହିରା ଗ୍ରାମରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ମନହିରାର ସଂଜିବ ତ୍ରିପାଠୀ । ସୂଚନା ଅନୁସାରେ ସଂଜିବ କୌଣସି ଏକ କମାରେ ଏକ ବାଇକ ଯୋଗେ ଯାଉଥିବା ସମୟରେ ତାଙ୍କ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଫଳେରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ହାତ ଓ ଗୋଡ଼ ଭାଙ୍ଗି ଯାଇଥିଲା । ପରିବାର ଲୋକେ ଖବର ପାଇ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.