ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା

ଜମ୍ମୁ କାଶ୍ମୀର : କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଆଜିଠୁ ଆରମ୍ଭ ହୋଇଛି । ଭକ୍ତ ମାନେ ପବିତ୍ର ଗୁମ୍ଫାକୁ ପ୍ରବେଶ କରିଛନ୍ତି । କରୋନା ଯୋଗୁଁ ଗତ ୨ ବର୍ଷ ଧରି ବନ୍ଦ ଥିଲା ଅମରନାଥ ଯାତ୍ରା । ଚଳିତ ବର୍ଷ କରୋନା ସଂକ୍ରମଣ କମ୍‌ ରହିଥିବାରୁ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି ସରକାର । ୨ ବର୍ଷ ପରେ ଭକ୍ତ ମାନେ ବରଫ ଲିଙ୍ଗ ଦେଖିପାରୁଥିବାରୁ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ପାହାଡ଼ ଚଢ଼ିବା ସମୟରେ ଭକ୍ତମାନଙ୍କ କଣ୍ଠରେ ଶିବଙ୍କ ନାମ ଶୁଣିବାକୁ ମିଳୁଛି । ହର ହର ମହାଦେବ, ଭୋଲେ ବମ୍‌ ଆଦି ନାମ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଅବରନାଥ ପୀଠ । ଏହି ଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.