ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସିଏସ୍ସିଭିଏଲ୍ଇ ତହସିଲଦାର ଗାଇସିଲେଟଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି । ଏଚ୍ଡିଏଫ୍ସି ଇଆର୍ଜିଓ ଇସୁରେନ୍ସ କମ୍ପାନୀ ୨୦୨୧ରେ ପ୍ରଧାନ ମନ୍ତ୍ରୀ ଫସଲବୀମା ଖରିଫ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ ରିଭର୍ଟ ରିଜେକ୍ଟ କରି ଚାଷୀ ଓ ଭିଏଲ୍ଇମାନଙ୍କୁ ବାରମ୍ବାର ହଇରାଣ ହରକତ କରୁଛି । ରିଭର୍ଟ ଆବେଦନଗୁଡିକର ଆବଶ୍ୟକୀୟ କାଗଜାତ ଦେଇ ଅପଲୋଡ଼ କରିଥିଲେ ସୁଦ୍ଧା ଆପୃଭ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପେଣ୍ଡିଙ୍ଗରେ ଅଛି । ଏଚ୍ଡିଏଫ୍ସି କମ୍ପାନୀ ନିଜେ ତିଆରି କରିଥିବା ଇସ୍ତାହାରକୁ ନିଜେ ମାନୁନାହିଁ । ପୁଣି ୧୫ ଦିନ ଆଗରୁ ଫସଲବୀମା ୨୦୨୨ ଖରିଫ ଋତୁର ଆରମ୍ଭ କରିଦେଇଛି । ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ୨୦୨୨ ଫସଲବୀମା ଆବେଦନକୁ ଗାଇସିଲେଟ ସିଏସ୍ସିଭିଏଲ୍ଇମାନେ ସମସ୍ତେ ଯେ କୌଣସି ସରକାରୀ ଅଧିକାରୀଙ୍କ ସ୍ୱାକ୍ଷରିତ ଦସ୍ତାବିଜ ନ ଦେବା ଓ ୨୦୨୧ର ଫସଲବୀମାର ସମାଧାନ ନ ହେବା ଯାଏ ବ୍ଲକର ସମସ୍ତ ସିଏସ୍ସି ଭିଏଲ୍ଇ ଆବେଦନକୁ ବର୍ଜନ କରିବା ପର୍ଶି ନିଷ୍ପତ୍ତି ନେଇ ଗାଇସିଲେଟ ତହସିଲଦାର ମନୋଜ କୁମାର ଦେବତାଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରବୀଣ କୁମାର ପାଣିଗ୍ରାହୀ, ଶ୍ରଦ୍ଧାକର ସାହୁ, ଫଗୁନୁ ଚରଣ ବାଗ, ଧବଳେଶ୍ୱର ମହାନନ୍ଦ, ରୋହିତ ସାହୁ, ବିଶ୍ୱନାଥ ଗୁରୁ, ପ୍ରସନ୍ନ ଭୋଇ, ସୁଜିତ ପାତ୍ର, ରମେଶ ମହାକୁର ଓ ସମସ୍ତ ଭିଏଲ୍ଇ ଉପସ୍ଥିତ ଥିଲେ ।
Next Post