oom

ପାଇକମାଲରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତୁଳାବତୀ ତାଣ୍ଡିଙ୍କ ନେତୃତ୍ୱରେ ବୁଧବାର ଦିନ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଇକମାଲ ସହରର ସ୍ୱେଚ୍ଛାସେବୀ ମାନେ ଯୋଗଦାନ କରି ପାଇକମାଲ ଛକରୁ ନୃସିଂହନାଥ ଧର୍ମଶାଳା ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଥିଲା । ପାଇକମାଲ ସହର ରାସ୍ତା ପାର୍ଶ୍ବରେ ଥିବା ମଇଳା ଅବର୍ଜନା ଯୋଗୁଁ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସୁଥିବା ଯାତ୍ରୀ ମାନେ ଅସୁବିଧା ଅନୁଭବ କରୁଥିଲେ । ପାଇକମାଲ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତାଣ୍ଡିଙ୍କ ପ୍ରୟାସରେ ପାଇକମାଲ ସହର ସ୍ୱେଛାସେବୀ ବନ୍ଧୁ ମାନଙ୍କୁ ସହଯୋଗ କାମନା କରିଥିଲେ । ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ବହୁ ସ୍ୱେଚ୍ଛାସେବୀ ବନ୍ଧୁ ସହଯୋଗ କରି ରାସ୍ତାକୁ ସଫା ସୁତରା କରିବା ସହିତ କିପରି ପାଇକମାଲ ସହରକୁ ସୁନ୍ଦର ଓ ପରିମାର୍ଜିତ କରିବେ ସେ ପ୍ରତି ପ୍ରସ୍ତାବ ରଖାଯାଇଥିଲା ।

ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତି ବିଶେଷ ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ଡି, ସୁଶାନ୍ତ ନାଗ, ଯୋଗେନ୍ଦ୍ର ଭୋଇ, ଇନ୍ଦ୍ରଜିତ ଭୋଇ, ରାଜେନ୍ଦ୍ର ସେଠ, ଦିବାକର ତାଣ୍ଡି, ରୁକ୍ମଣ ସେଠ, ହୁସେନ ଖାଁନ ପ୍ରମୁଖ ସହଯୋଗ କରିଥିଲେ । ଏହା ପରେ ପାଇକମାଲ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ସମସ୍ତ ସ୍ୱେଛାସେବୀ ମାନେ ଶପଥ କରିଥିଲେ ।

jittmm
Leave A Reply

Your email address will not be published.