ଧଣ୍ଡାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ ଭଙ୍ଗା ତ୍ରିରଙ୍ଗା : ଜାତୀୟ ପତାକାକୁ ଅସମ୍ମାନ
- ବ୍ଲକ ପ୍ରଶାସନ ଦେଖି ନଦେଖିଲା ପରି ନିରବ : ବୁଦ୍ଧିଜୀବୀ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରର ଉପରେ ଏକ ତ୍ରିରଙ୍ଗା ପତାକା ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି । ପଞ୍ଚାୟତ ଅଧିକାରୀମାନେ ଦେଖି ଦେଖି ଅଣଦେଖା କରୁଥିବା ବେଳେ ଜାତୀୟ ପତାକାକୁ ଅସମ୍ମାନ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ଧଣ୍ଡାମୁଣ୍ଡା ଗ୍ରାମପଞ୍ଚାୟତ ମୁଖ୍ୟ ଦ୍ୱାର ନିର୍ମାଣ ଦୀର୍ଘ ବର୍ଷ ଧରି ପଡ଼ି ରହିଥିଲା ବେଳେ ଅନେକ ଥର ଖବରକାଗଜ ପ୍ରଚାର ପ୍ରସାର ପରେ ବ୍ଳକ ପ୍ରଶାସନ ନିଦ ଭାଙ୍ଗିଥିଲା । ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ ଦ୍ରୁତ ଗତିରେ ନିର୍ମାଣ ହେଲା । ଗେଟ କିଛି ମାସ ପରେ ପରେ ନବ ନିର୍ମିତ ମୁଖ୍ୟ ଦ୍ଵାର ଉପରେ ନିର୍ମିତ ହୋଇଥିବା ଆମ ଜାତୀୟ ତ୍ରିରଙ୍ଗା ପତାକା ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି ଯାହା ଜାତୀୟ ପତାକାକୁ ଅସମ୍ମାନ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହା ଭାଙ୍ଗି ତଳେ ପଡ଼ିବା ପୂର୍ବରୁ ତୁରନ୍ତ ନିର୍ମାଣ କରିବା ପାଇଁ ଅଞ୍ଚଳରେ ଦାବୀ ହେଉଛି ।