ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର, (କେପିଏନ୍ଏସ୍) : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଯୋଗ ଭାରତୀୟ ପରମ୍ପରାର ଏକ ଅନନ୍ୟ ସମ୍ପଦ ଯାହା ଆଜି ସମଗ୍ର ବିଶ୍ୱରେ ଆଦୃତ । ଏକ ସୁସ୍ଥ ଓ ସମୃଦ୍ଧ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସର ଉପଯୋଗିତା ଅଧିକ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।