ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଥପାପାଲି ଗାଁର ବୃଦ୍ଧ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଥପାପାଲି ଗାଁର ଶଙ୍ଗେଶ୍ୱର ମାଝୀ ନାମକ ଜଣେ ବୃଦ୍ଧ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବୃଦ୍ଧଙ୍କ ଅଭିଯୋଗ ଅନୁସାରେ ସେ ର୍ପୂବରୁ ବାର୍ଦ୍ଧକ୍ୟ ଭତ୍ତା ପାଇ ଆସୁଥିବା ବେଳେ ଗତ ୨୦୧୬ରେ ଶେଷ ଥର ପାଇଁ ଭତ୍ତା ପାଇଥିଲେ । ତେବେ ସେହି ଦିନ ଠାରୁ ତାଙ୍କ ଭତ୍ତା ବନ୍ଦ ହୋଇଯାଇଛି । ଫଳରେ ସେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ନିକଟରେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯିବା ପାଇଁ ଦାବୀ କରିଛନ୍ତି ।