ବର୍ଷକରେ ପେଟ୍ରୋଲ କାର୍ ଦାମ୍ରେ ମିଳିବ ଇଭି
ନୂଆଦିଲ୍ଲୀ : ବର୍ଷକ ଭିତରେ ପେଟ୍ରୋଲ କାର୍ ଦାମରେ ଇଲେକ୍ଟ୍ରିକ୍ କାର୍ ମିଳିବ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି । ଏହାଦ୍ୱାରା ପେଟ୍ରୋଲ ଓ ଡିଜେଲ ଭଳି ଜୀବାଶ୍ମ ଇନ୍ଧନ ପାଇଁ ହେଉଥିା ଖର୍ଚ୍ଚ ସଞ୍ଚୟ କରିବାକୁ ଚେଷ୍ଟା କରାଯାଉଛି । ପେଟ୍ରୋଲ ଓ ଡିଜେଲ ବଦଳରେ ଶସ୍ୟ ଅବଶେଷରୁ ଇଥାନଲ ଉତ୍ପାଦନ କରିବା ଉପରେ ସରକାର ଅଧିକ ଧ୍ୟାନ ଦେଉଥିବା ସେ କହିଛନ୍ତି ।