ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବେଲପାହାଡ ବଜାର ପଡାରେ ରହୁଥିବା ଅଭିଜିତ ଘୋଷଙ୍କ ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବା ଅନୁସାରେ ଅଭିଜିତ ଗାଧୁଆ ଘରୁ ବାହାରିବା ସମୟରେ ପଡିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବେଲପାହାଡ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।