ଶ୍ୱଶୁର ଘର ଲୋକ ପିଟି ପିଟି ମହିଳାଙ୍କୁ ମାରି ଦେଇଥିବା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ଛଣପୁର ଗାଁର କାଶୀନାଥ ବେହେରା (୨୮)ଙ୍କ ସ୍ତ୍ରୀ ମୀନାକ୍ଷି (୨୩)ଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ହତ୍ୟା କରିଥିବା ମିନାକ୍ଷୀଙ୍କ ବାପା ଗଙ୍ଗାଧର ବେହେରା ଥାନାରେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ବାଲିଆପାଳ ବ୍ଲକ ସିଂଲା ଥାନା ଅଧୀନ ବୋଳଂ ଗ୍ରାମର ଗଙ୍ଗାଧରଙ୍କ ଝିଅ ମୀନାକ୍ଷି ୨୦୨୧ ଜୁନ ୬ରେ ଶିଳ୍ପାଞ୍ଚଳ ଥାନା ଅଧୀନ ସୂତେଇ ପଞ୍ଚାୟତ ଛଣପୁର ଗାଁର ସୁରେନ୍ଦ୍ର ବେହେରାଙ୍କ ସାନ ପୁଅ କାଶୀନାଥଙ୍କୁ ବାହା ହୋଇଥଲେ ।
କାଶୀନାଥଙ୍କର ବାଲେଶ୍ୱର ସହରରେ ଏକ ମୋବାଇଲ ଦୋକାନ ଅଛି । ବିବାହ ସମୟରେ ବର ପକ୍ଷର ଦାବୀ ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା । ତଥାପି ପରେ ବର ଘର ପକ୍ଷରୁ ସ୍ୱାମୀ, ଶାଶୁ ମିଶି ଅଧିକ ଯୌତୁକ ପାଇଁ ମୀନାକ୍ଷିଙ୍କୁ ନିର୍ଯ୍ୟାତନା ଦେଉଥିଲେ । ବାରମ୍ବାର ନିର୍ଯ୍ୟାତନା ସହି ନପାରି ମୀନାକ୍ଷି ନିଜ ବାପା ଓ ମାଉସୀଙ୍କୁ ଘଟଣା ସମ୍ପର୍କରେ ଜଣାଉଥିଲେ । ମାତ୍ର ବାପା ଗଙ୍ଗାଧର ଏକ ଦୋକାନରେ କାର୍ଯ୍ୟ କରୁଥିବାରୁ ଆର୍ଥିକ ବୋଝ ପାଇଁ ତାହା ପୂରଣ କରିପାରି ନଥିଲେ । ଫଳରେ ବୁଧବାର ଦିନ ୧ଟା ବେଳେ ଶ୍ୱଶୁର ସୁରେନ୍ଦ୍ର ବେହେରା, ସ୍ୱାମୀ କାଶୀନାଥ ମିଶି ତାଙ୍କୁ ପିଟି ପିଟି ମାରିଦେଇଥିବା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ପୁଲିସ ସ୍ୱାମୀ, ଶ୍ୱଶୁରଙ୍କୁ ପୁଲିସ ଅଟକ ରଖିଛି । ଶାଶୁ ସମ୍ପର୍କୀୟ ଘରକୁ ଚାଲି ଯାଇଥିବା ପୁଲିସ କହିଛି । ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି ବୋଲି ଥାନା ଅଧିକାରୀ ବସନ୍ତ ଜେନା କହିଛନ୍ତି ।

Leave A Reply

Your email address will not be published.