ସାପ କାମୁଡାରେ ଶିଶୁକନ୍ୟା ମୃତ

ନୂଆପଡା, (ନିରାକାର ମେହେର) : ସାପ କାମୁଡାରେ ଶିଶୁକନ୍ୟା ମୃତ । ନୂଆପଡା ଥାନା ଝାଞ୍ଜିମୁଣ୍ଡା ଗ୍ରାମର ଜଣେ ୭ ବର୍ଷର ଶିଶୁକନ୍ୟାର ସାପ କାମୁଡାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଝାଞ୍ଜିମୁଣ୍ଡା ଗ୍ରାମର ମୋହନ ସିଂ ମାଝୀଙ୍କ ଶିଶୁକନ୍ୟା କ୍ଷୀରମଣି ମାଝୀ ରାତିରେ ଶୋଇଥିବା ବେଳେ ଏକ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ନୂଆପଡା ମୁଖ୍ୟ ଡାକ୍ତରଖାନା ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.