csstore

ଆଇଡିଆଲ କୋଚିଂ ସେଣ୍ଟରରେ ରଜ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଲୁଡା ସ୍ଥିତ ଆଇଡିଆଲ କୋଚିଂ ସେଣ୍ଟରରେ ପବିତ୍ର ରଜ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ ସଭାପତିତ୍ୱ କରିବା ସହ ରଜ ଦୋଳିର ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସେଠୀ, ମୁଖ୍ୟ ବକ୍ତାଭାବେ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପରିଷଦର ସଂପାଦକ ତଥା ଆଇନଜୀବି ରାଜକିଶୋର ଜେନା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶିବନାରାୟଣ ପାତ୍ର, ଶିକ୍ଷକ ତ୍ରିଦୀପ ଜେନା ପ୍ରମୁଖ ଯୋଗଦେଇ ଓଡି଼ଆମାନଙ୍କର ବାର ମାସରେ ତେର ପର୍ବ, ସଂସ୍କୃତି, ପରମ୍ପରା ଏବଂ ରଜ ପର୍ବ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ ଉତ୍ସବରେ ପଣ୍ଡିତ ଗଜାନନ ମହାପାତ୍ର ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ତ୍ରିଦୀପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କୋଚିଂସେଣ୍ଟର ଶିକ୍ଷକ ଜୟଦେବ ଦାସ, ଉତ୍ତମ ମହାନ୍ତି ଶିକ୍ଷୟିତ୍ରୀ ସୁପ୍ରିୟା ମହାନ୍ତି ଉତ୍ସବକୁ ପରିଚାଳନା କରିଥିଲେ । ଏଥିରେ ବହୁ ଭଦ୍ର ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.