pakka

ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ, ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି

ରାୟପୁର : ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ । ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି । ଛତିଶଗଡର ଜାଂଜଗିରରେ ପାଞ୍ଚ ଦିନ ଧରି ଚାଲିଥିବା ସବୁଠୁ ବଡ ଉଦ୍ଧାର କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ରାହୁଲ ସାହୁ ନାମକ ଜଣେ ୧୧ ବର୍ଷ ବୟସ୍କ ଶିଶୁ, ଯିଏ ବୋରୱେଲ ଗାତରେ ଖସିପଡ଼ିଥିଲେ । ମଙ୍ଗଳବାର ରାତି ପ୍ରାୟ ୧୨: ୪୫ ରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏହା ପରେ ଏକ ଗ୍ରୀନ୍‌ କରିଡର ତିଆରି କରାଯାଇ ଜାଂଜଗିରରୁ ବିଲାସପୁରର ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାହୁଲଙ୍କ ଅବସ୍ଥା ଏବେ ବି ସ୍ଥିର ରହିଛି । ପ୍ରାଥମିକ ପରୀକ୍ଷଣରେ ବିପି, ସୁଗାର, ହୃଦସ୍ପନ୍ଦନ ସ୍ୱାଭାବିକ ଏବଂ ଫୁସଫୁସ ମଧ୍ୟ ସ୍ପଷ୍ଟ ବୋଲି ଆମ୍ବୁଲାନ୍ସର ଡାକ୍ତର କହିଛନ୍ତି ।

Leave A Reply

Your email address will not be published.

14 + 17 =