କୂଅ ଭିତରକୁ ଖସିପଡ଼ିଥିବା ବାରହାକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କାମାକ୍ଷାନଗର : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁରେ କୂଅ ଭିତରକୁ ଖସିପଡ଼ିଥିବା ବାରହା ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାରହାଟି ଖାଦ୍ୟ ଅନ୍ଵେଷଣରେ କାନପୁରା ଗାଁ ଭିତରକୁ ଆସିଥିଲା । ଏହି ସମୟରେ ଗ୍ରାମର ସପନି ମହାଳିକଙ୍କର ବାଡିରେ ଥିବା କୂଅ ଭିତରକୁ ଖସିପଡ଼ିଥିଲା । ସ୍ଥାନୀୟ ଲୋକମାନେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ବନ ବିଭାଗର ମିଳିତ ସହଯୋଗରେ ବାରହାଟିକୁ ଉଦ୍ଧାର କରି ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦେଇଛନ୍ତି ।

Leave A Reply

Your email address will not be published.