ହରିଶଙ୍କରରେ ନୂତନ କାର୍ଯ୍ୟକାରୀ ଶିକ୍ଷକ ସଂଘ ଗଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଲେଭେଲ ୫ମ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ଜରୁରୀକାଳୀନ ବୈଠକ ହରିଶଙ୍କର ସ୍ଥିତ କୌଲାସ କୁଞ୍ଜର ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ମୋତିଲାଲ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା, ପଦୋନ୍ନତି, ଓ ଅନ୍ୟାନ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରିବା, ନିୟମିତ ଦରମା ପାଇବା, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପୂର୍ବତନ ପଡିରହିଥିବା ପଦୋନ୍ନତି ପାଇ ତ୍ୱରାନ୍ୱିତ କରିବା, ଚାକିରି କ୍ଷେତ୍ର ବହିକୁ ଅପ୍‌ଡେଟ କରିବା, ସଂଘକୁ ପ୍ରଗତିଶୀଳ କାର୍ଯ୍ୟରେ ଅଗ୍ରସର କରିବା ଆଦି ଉପରେ ନିଷ୍ପତ୍ତି ନିଆଯାଇଥିଲା । ଏକ କାର୍ୟ୍ୟକାରୀ କମିଟିର ପୁନଃଗଠନ କରିବା ପାଇଁ ବୈଠକରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ପରିଶେଷରେ ସର୍ବ ସମ୍ମତି କ୍ରମେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ମୋତିଲାଲ ତାଣ୍ଡି, ଉପସଭାପତି ସପ୍ତା ସାହୁ, ରମେଶ ଚନ୍ଦ୍ର ଭୋଇ, ସଂପାଦକ ମାଧବ ପ୍ରଧାନ, କୋଷାଧ୍ୟକ୍ଷ ରଞ୍ଜନ ମେହେର, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପ୍ରଧାନ, ସହ ସଂପାଦକ ଭଗବାନ ସେଠ, ଜଗନ୍ନାଥ ପାଣ୍ଡେ, ମଲୟ ମେହେର, ପ୍ରେମଲାଲ ପ୍ରଧାନ, ପ୍ରଭାତ କୁମାର ସାହୁ, ବଲରାମ ସାହୁ ପ୍ରମୁଖ ମନୋନୀତ ହୋଇଥିବା ଉପଦେଷ୍ଟା ସଦସ୍ୟ ଭାବେ ପ୍ରମୋଦ କୁମାର ଦାସ, ବ୍ୟାସଦେବ ବିଶ୍ଵାଳ, ଉମେଶ ଭଇଁଷାଲ, ସିଦ୍ଧାନ୍ତ ସାହୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ ମିଡ଼ିଆ ସେଲ୍ ସ଼଼ଂଯୋଜକ ଭାବେ ଧରମସିଂ ଧରୁଆ ମନୋନୀତ ହୋଇଥିଲେ । ଗଠିତ କାର୍ଯ୍ୟକାରୀ କମିଟି ଆଗାମୀ ଦିନରେ ସଂଘ ସ୍ତରୀୟ କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଭ୍ୟ ସଭ୍ୟା ଅଙ୍ଗିକାରବଦ୍ଧ ହୋଇ କାମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଶିକ୍ଷକ ଇନ୍ଦ୍ରମଣି ସାହୁ , ଶେଷ ଦେବ ଦାସ , ସୀତାରାମ ପୁଟେଲ , ଜଗନ୍ନାଥ ପାଣ୍ଡିଆ, ଶିକ୍ଷୟିତ୍ରୀ ଉର୍ମିଳା ଯୋଷୀ, ସନ୍ଧ୍ୟାବତୀ ନନ୍ଦ, ଦଲିତା ନାଗ, ଗିତାଞ୍ଜଳୀ ସାହୁ, ଗୋଲାପି ତାଣ୍ଡି, ପଦ୍ମା ବରିହା, ସଞ୍ଜୁବତୀ ଷାଣ୍ଢଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିବା ବେଳେ ମିଡ଼ିଆ ସେଲ୍ ସ଼଼ଂଯୋଜକ ଧରମସିଂଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.