oom

ଟିବି ଚମ୍ପିୟାନ ମାନଙ୍କର ଦୁଇ ଦିନିଆ ତାଲିମ ଶିବିର

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ବୈକୁଣ୍ଠନଗର ଆର୍ବନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ମେଡ଼ିକାଲ)ରେ ଆୟାଜନ ହୋଇଥିବା ଟିବି ଚାମ୍ପିୟାନମାନଙ୍କର ଦୁଇ ଦିନିଆ ତାଲିମ ଶିବିର ଗତ ମଙ୍ଗଳବାର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଉମା ଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା, ବିଭାଗ) ଅବନୀ କୁମାର ପାତ୍ର, ଡ଼ା.ଗୀତିମୟ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବିଦେଶୀ ଜେନା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୁଧୀର କାନ୍ତ ବେହେରା, ହେମନ୍ତ ଦାସ୍, ସାଇ ପ୍ରସାଦ ସ୍ୱରୂପ, ହିସାବରକ୍ଷକ ଲୋକନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ନିଜ ବ୍ଲକ୍‌ରେ ପୂର୍ବରୁ କାର୍ଯ୍ୟ କରିଥିବା ଯକ୍ଷ୍ମା ରୋଗ ସଚେତନକାରୀ ତଥା ସମାଜସେବୀ ତଥା ଟିବି ଚାମ୍ପିୟାନ ମାନଙ୍କର ସହାୟତା କାର୍ୟ୍ୟରେ ଭୂୟସୀ ପ୍ରସଂଶା ପାଇଥିବା କର୍ମୀଙ୍କୁ ତଥା ସମସ୍ତ ଟିବି ଚମ୍ପିୟାନମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ମିଶ୍ର ମାନପତ୍ର ସହ ପଦକରେ ସମ୍ମାନୀତ କରିଛନ୍ତି । ଉଦ୍‌ଯାପନୀ ଦିବସରେ ଭଞ୍ଜବିହାର ସ୍ୱାସ୍ଥ୍ୟକଲ୍ୟାଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ସୁଧୀର କାନ୍ତ ବେହେରା କ୍ଷେତ୍ର ଓ ପ୍ରଶିକ୍ଷଣ ପରିଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.