jsm

ପାଇକମାଳ ବ୍ଲକ ଶିକ୍ଷା ବିଭାଗର ଅଭିନବ କାର୍ଯ୍ୟକ୍ରମ ‘ଗୋଟିଏ ଦିନ ଗୋଟିଏ ପୃଷ୍ଠା’

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ‘ଗୋଟିଏ ଦିନ ଗୋଟିଏ ପୃଷ୍ଠା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବହୁତ ପ୍ରଭାବିତ ହେଉଛନ୍ତି । ମାତ୍ର ଦଶ ଦିନ ଖରା ଛୁଟିରେ ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ଶିକ୍ଷକ ଶିକ୍ଷୟତ୍ରୀମାନେ ପହଞ୍ଚି ପିଲାମାନଙ୍କ ପାଠପଢ଼ା ଦେଖିବା ସଙ୍ଗେ ସଙ୍ଗେ ହୋମ ୱାର୍କ ଦେଉଛନ୍ତି । ଯାହା କି ପିଲାମାନେ ଛୁଟି ସମୟ ବହି, ବସ୍ତା ନ ଛାଡି ପାଠ ପଢ଼ାରେ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡାମଣୀ ବାରିକଙ୍କ ତତ୍ୱାବଧାନରେ ପାଇକମାଲ ବ୍ଲକରେ ପରିଚାଳିତ ହୋଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଏହି କାର୍ଯ୍ୟକ୍ରମ ପାଇକମାଳ ବ୍ଲକରେ ସଫଳ ରୂପ ନେଇଛି । ଏହି କାର୍ଯ୍ୟକ୍ରମ କିପରି ପାଇକମାଲ ଗ୍ରାମ ପଞ୍ଚାୟତରେ ସରସ ସୁନ୍ଦର ହେବ ସେଥିପାଇଁ ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଳାବତୀ ତାଣ୍ଡି ମଧ୍ୟ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଆଜି ପାଇକମାଲ ଗ୍ରାମ ପଞ୍ଚାୟତର ସାଲେପାଲି ଗ୍ରାମ ସମେତ ବିଭିନ୍ନ ଗ୍ରାମକୁ ବରଗଡ, ଏଡ଼ିଓ ରାଧାକାନ୍ତ ଛତ୍ରୀ, ପାଇକମାଳ ବିଇଓ ଚୁଡାମଣୀ ବାରିକ, ଏ.ବି.ଓ. ରାଧେଶ୍ୟାମ ମେହେର, ବରଗଡ଼ ଡ଼ାଏଡ଼ ପ୍ରିନିସପାଳ, ଘର, ଘର ଯାଇ ପିଲାମାନେ କିପରି ଅଧ୍ୟୟନ କରୁଛନ୍ତି ତାହା ତଦାରଖ କରିଥିଲେ । ଏହିପରି ଯଦି ଶିକ୍ଷା ଅଧିକାରୀ ମାନେ, ରାଜନେତା ମାନେ ନିଜ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିବେ ତା’ହେଲେ ଶିକ୍ଷାରୁ ବଞ୍ଚିତ ହେଉଥିବା ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ ପଢିବା ପାଇଁ ସୁଯୋଗ ପାଇବା ସହିତ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

yuvodaya
Leave A Reply

Your email address will not be published.