ଋଣ ଚାହିଦାରେ ସୁଧାର : ଷ୍ଟେଟ ବ୍ୟାଙ୍କ
ନୂଆଦିଲ୍ଲୀ : ମହାମାରୀ କରୋନା ପ୍ରଭାବରେ ଦୁଇ ବର୍ଷ ପର୍ଯ୍ୟନ୍ତ ମନ୍ଥର ରହିଥିବା ଋଣ ଚାହିଦାରେ ସୁଧାର ହୋଇଛି । ବର୍ଦ୍ଧିତ ମୁଦ୍ରାସ୍ଫୀତି ଓ ଋଣ ସୁଧରେ ବୃଦ୍ଧି ବ୍ୟବସାୟ ଜଗତର ନିବେଶ ଯୋଜନାକୁ ପ୍ରଭାବିତ କରିପାରିନାହିଁ । କମ୍ପାନୀଗୁଡିକ ୭୧୦୦ କୋଟି ହୋଲାର ଋଣ ନେବାକୁ ଚାହିଁ ରହିଛନ୍ତି ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି । ବର୍ଦ୍ଧିତ ଖର୍ଚ୍ଚ ଭରଣା କରିବା ଲାଗି କମ୍ପାନିଗୁଡିକ ଋଣ ନେଉଥିବା ବେଳେ ବ୍ୟବସାୟ ସମ୍ପ୍ରସାରଣ ଓ ନିବେଶ ପାଇଁ ମଧ୍ୟ ସେମାନେ ଋଣ ନେଉଛନ୍ତି ବୋଲି ସେ କହିଛନ୍ତି ।