lika

ଟାଟା ବିରୋଧରେ ପୁଣି ଆନ୍ଦୋଳନ ତେଜିଲା : କାଳୀପଲ୍ଲୀ ଗ୍ରାମବାସୀ-ସଶସ୍ତ୍ରପୋଲିସ ବାହିନୀ ମଧ୍ୟରେ ମୁହାଁମୁହିଁ

gbag

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଆନ୍ଦୋଳନ ତେଜିଉଠିଲା, ଟାଟା ବିରୋଧରେ କାଳୀପଲ୍ଲୀ ଗ୍ରାମବାସୀ ଓ ସଶସ୍ତ୍ରପୋଲିସ ବାହିନୀ ମଧ୍ୟରେ ମୁହାଁମୁହିଁ ଅବସ୍ଥା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନସ୍ଥ ଗ୍ରାମଗୁଡିକର ଲୋକମାନେ ପୁଣି ତାତିଉଠିଲେ । ସେମାନଙ୍କର ନିଜ ଭିଟାମାଟି ଉପରେ ଟାଟା ଷ୍ଟିଲପ୍ଲାଣ୍ଟ ଜମିନେଇ ପ୍ଲାଣ୍ଟ କରିଛି । ଟାଟା ଚୁକ୍ତିଭିତ୍ତିକ ଭାବେ ପ୍ରତିଟି ପରିବାରର ଲୋକଙ୍କୁ ନିଯୁକ୍ତି, ଦେବା ସାଂଗକୁ ସେମାନଙ୍କର ଚିକିତ୍ସାବୀମା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ସୁବିଧା ଦେବା ଚୁକ୍ତି କରିଥିଲା । ଟାଟା କମ୍ପାନୀ ଅଧୀନରେ ଅନ୍ୟ ଏକ କମ୍ପାନୀ ଦୀପକ ଫର୍ଟିଳାଇଜର କାଳୀପଲ୍ଲୀ ଗ୍ରାମର ୪ଶହ ୭୨ ଏକରରୁ ଉଦ୍ଧ୍ୱ ଜମିନେଇ ଦୀର୍ଘବର୍ଷ ପଡ଼ିଆ ପକାଇଛି । ଏହିଜମି ଉପରେ ଯାନ୍ତ୍ରିକ ଲଗାଇ କାର୍ଯ୍ୟ ଆରମ୍ଭ କରିବା ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ କମ୍ପାନୀକୁ ଆଗ ଚୁକ୍ତିନାମା ଦିଅ, ତାପରେ କାର୍ଯ୍ୟ ଆରମ୍ଭ କର ବୋଲି କହି ଉକ୍ତ କମ୍ପାନୀର କାର୍ଯ୍ୟ ବନ୍ଦ କରିଦେବା ପରେ ଘଟଣା ସ୍ଥଳରେ ସଶସ୍ତ୍ରପୋଲିସ ବାହିନୀ ପହଞ୍ଚିଥିଲେ । ଭିଟାମାଟି ଉପରେ ପୋଲିସ ସହ ମୁହାଁମୁହିଁରେ ପ୍ରବଳ ହଟ୍ଟଗୋଳର ତାଣ୍ଡବଲୀଳା ଦେଖାଦେଇଥିଲା । ଗ୍ରାମବାସୀ କହିଛନ୍ତି, ଆଗ ଆମକୁ ଚାକିରି ଦିଅ, ଆମର ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବୀ କରିଥିଲେ । ଘଟଣା ସମ୍ପର୍କରେ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଛତ୍ରପୁର ଏସ୍.ଡ଼ି.ପି.ଓ. ଗୌତ୍ତମ କିଷାନ ଲୋକଙ୍କୁ ଦୀର୍ଘସମୟ ଧରି ବୁଝାସୁଝା କରିଥିଲେ ।

sandip
Leave A Reply

Your email address will not be published.