oom

ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

jsmm

ପାଟଣାଗଡ଼ (ଗୋରେଖନାଥ ବରିହା) : ଆଦିବାସୀ ମାନଙ୍କ ଗର୍ବ ଓ ଗୌରବ ତଥା ମଉଡମଣି ନିରଞ୍ଜନ ବିଶି ରାଜ୍ୟସଭାକୁ ମନୋନିତ ହୋଇଥିବାରୁ ଉଭୟ ଶ୍ରୀ ବିଶି ମହୋଦୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ସଦସ୍ୟ ମାନେ କୃତଜ୍ଞତା ଜଣାଇଛନ୍ତି । ପାଟଣାଗଡ଼ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନଠାରେ ପାଟଣାଗଡ଼ ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ନିରଞ୍ଜନ ବିଶି ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ସଭାରେ ଆନନ୍ଦର ଲହରୀ ଖେଳିଯାଇଛି ତଥା ପାଟଣାଗଡ଼ ମାଟିରୁ ଜଣେ ଗରିବ ଆଦିବାସୀ ଶ୍ରେଣୀରୁ ରାଜ୍ୟସଭାକୁ ପ୍ରତିନିଧିତ୍ଵ କରିଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ ବିଶି ଙ୍କର ପ୍ରତ୍ୟାବର୍ତ୍ତନ ସମୟରେ ପାଟଣାଗଡ଼ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବାକୁ ସଭାରେ ଆଲୋଚନା କରାଯାଇଥିଲା । ଆଜିର ସଭାରେ ବ୍ଲକ ସମ୍ପାଦକ ସାରଥୀ ବାଗ, ଗିରିରାଜ ଭୋଇ, ଗଦି ବରିହା, ଟିକେଶ୍ୱର ଧରୁଆ, ଯଦୁମଣି ବରିହା, ମିନିକେତନ ଧରୁଆ, ଦୁର୍ଯ୍ୟୋଧନ ଭୋଇ, ଧୁବଲେଶ୍ୱର ଭୋଇ, ଜଳ ଧରୁଆ, ଘସିଏନ୍‌ ସରପଞ୍ଚ ମଣ୍ଟୁ ଗଡତ୍ୟା, ଘନ ଭୁଏ, ହୃଷିକେଶ ଭୋଇ, ଦେବହରି ଭୁଏ, ମନବୋଧ ବରିହା, ମଙ୍ଗଲୁ ଭୁଏ, ଏନ୍‌ଏସି ସଭାପତି ଚନ୍ଦ୍ର ଶବର, ଗୋରେଖ ନାଥ ବରିହା, ଗୌରୀଶଙ୍କର ବରିହା, ମିତ୍ର ଭୁଏ, ସହ ଶତାଧିକ ଆଦିବାସୀ ନେତା ଯୋଗଦେଇଥିବା ବେଳେ ମିତ୍ରଭାନୁ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.