ସେଣ୍ଟ୍ରିଂ କରୁଥିବା ବେଳେ ତଳେ ପଡି ରାଜମିସ୍ତ୍ରୀ ମୃତ

ବରପାଲି, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ବରପାଲି ବ୍ଲକ ଧାଙ୍ଗେରପାଲି ଗ୍ରାମରେ ଘର ନିର୍ମାଣ ପାଇଁ ସେଣ୍ଟ୍ରିଂ କରୁଥିବା ସମୟରେ ଜଣେ ରାଜମିସ୍ତ୍ରୀ ତଳେ ପଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ବର୍ଷିରଙ୍କା ଗ୍ରାମର ହଲିମ ସେକ୍‌(୨୫) । ଧାଙ୍ଗେରପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ନୂତନ ଘରର ଛାତ ପାଇଁ ହଲିମ ସେଣ୍ଟ୍ରିଂ କରୁଥିଲେ । ଏହି ସମୟରେ ହଠାତ୍‌ ତଳକୁ ଖସିପଡି ଗୁରୁତର ହୋଇଥିଲେ । ସହଯୋଗୀମାନେ ତାଙ୍କୁ ବରପାଲି ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚିି ବ୍ୟବଚ୍ଛେଦ ପାଇଁ ଶବକୁ ବରଗଡ ପଠାଇ ତାଙ୍କ ପରିବାର ସହ ଯୋଗାଯୋଗ କରିଥିବା ଜଣାପଡିଛି ।

Leave A Reply

Your email address will not be published.