ଭଙ୍ଗା ବିଦ୍ୟୁତ ଖୁଣ୍ଟରେ ଟ୍ରାସଫର୍ମର ଲାଗିଥିବା ଅଭିଯୋଗ : କିଛି ଅଘଟଣ ନ ଘଟିବା ପୂର୍ବରୁ ନୂତନ ବିଦ୍ୟୁତ ଖୁଣ୍ଟ ଲଗାଇବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ଭଇଁଷା ଜୌାତିବିକାଶ କଲେଜ ସାମ୍ନାରେ ଓ ବସ୍ତି ଭିତରକୁ ଯାଉଥିବା ରାସ୍ତା ସମ୍ମୁଖରେ ଥିବା ଦୁଇଟି ଯାକ ବିଦ୍ୟୁତ ଖୁଣ୍ଟ ଉପରେ ଭାଙ୍ଗିଯାଇ ଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ପଥଚାରି ସହ ଯିବା ଆସିବା କରୁଥିବା ବେଳେ କଲେଜ ଛାତ୍ର ଛାତ୍ରୀମାନେ କଲେଜକୁ ପାଠପଢି ଆସିଥାନ୍ତି । କିନ୍ତୁ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନଥିବାର ଅଭିଯୋଗ ହେଉଛି । ଭଙ୍ଗା ବିଦ୍ୟୁତ ଖୁଣ୍ଟରେ ଟ୍ରାସଫର୍ମର ଥିବା ଯୋଗୁଁ କେତେବେଳେ ଯେ ଅଘଟଣ ଘଟିବ ତାହାକୁ ଏଡାଇ ଦିଆଯାଇନପାରେ ବୋଲି ମତ ପ୍ରକାଶ ପାଉଛି । ଏଥିପ୍ରତି ପ୍ରଶାସନ ଓ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଏହି ପୁରୁଣା ଭଙ୍ଗା ବିଦ୍ୟୁତ ଖୁଣ୍ଟକୁ ଅତିଶୀଘ୍ର ହଟାଇ ନୂଆଁ ବିଦୂତଖୁଣ୍ଟ ଲଗାଇବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.