କନ୍ଦରାଭଟାଠାରେ ଗୋଣ୍ଡୱାନା ଛାତ୍ର ସଂଗଠନର ୨ୟ ବୈଠକ ଅନୁଷ୍ଠିତ

  • ଜୁନ ୨୪ରେ ରାନୀ ଦୂର୍ଗାବତୀ ବଳିଦାନ ଦିବସକୁ ତେଲେନପାଲିରେ ପାଳନ କରିବାକୁ ନିଷ୍ପତ୍ତି

ପାଟଣାଗଡ଼ (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଧିନସ୍ଥ କନ୍ଦରାଭଟାଠାରେ ଖପ୍ରାଖୋଲ ବ୍ଲକ ଗୋଣ୍ଡୱାନା ଛାତ୍ର ସଂଗଠନ(ଜେଏସ୍ ୟୁ) ସଭାପତି ତନ୍ତ୍ର ଧରୁଆଙ୍କ ସଭାପତିତ୍ୱରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସଭାରେ ମୁଖ୍ୟ ଅତିଥି ରୂପେ ଫରେଷ୍ଟର କ୍ଷୀରଧର ମାଝୀ, ସମ୍ମାନିତ ଅତିଥି ରୂପେ ବେଲପଡ଼ା ବ୍ଲକ ଶିକ୍ଷାବିତ କ୍ଷମାସାଗର ମାଝୀ, ସମ୍ମାନିତ ଅତିଥି ରୂପେ ସତ୍ୟନନ୍ଦ ଭୋଇ, ବିପ୍ର ବିଶି, ଶଶୀକାନ୍ତ ବିଶି, ଟିକେଶ୍ୱର ଧରଆ, ପୂର୍ଣ୍ଣଚନ୍ଦ୍ର ଭୋଇ, ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଧରମ ସିଂ ଧରୁଆ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ଆଗାମୀ ଦିନରେ ସଂସ୍କୃତି, ପରମ୍ପରା ଶିକ୍ଷା, ରୋଜଗାର କୃଷି ଆଦି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ଏବଂ ସମସ୍ତେ ନିଜନିଜ ମତାମତ ପ୍ରଦାନ କରିଥିଲେ । ପ୍ରତ୍ୟେକ ଗାଁ ଗାଁକୁ ଯାଇ ଆଦିବାସୀ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ସହ ସଂଗଠନକୁ ମଜଭୁତ କରିବା ପାଇଁ ସମସ୍ତେ ମତାମତ ଦେବା ସହ ଆଗାମୀ ଜୁନ ୨୪ରେ ହେବାକୁ ଥିବା ରାନୀ ଦୁର୍ଗାବତୀ ବଳିଦାନ ଦିବସକୁ ତେଲେନପାଲି ଠାରେ ପାଳନ କରିବା ପାଇଁ ସମସ୍ତେ ନିଷ୍ପତ୍ତି ନିଆଯାଇଥିଲା । ପାହାନ୍ଦୀ ପାରିକୁପାର ଲିଙ୍ଗୋଙ୍କ ଗୋକୁଲ ଶିକ୍ଷା କେନ୍ଦ୍ରକୁ ପୁଣି ଥରେ ପୁନଃ ସ୍ଥାପିତ କରିବା ପାଇଁ ଚାଉଳବାଞ୍ଜି, ପୁଟକେଲଚୁଁଆଁ ଓ ତେଲନପାଲିଠାରେ ବୁଢ଼ାଦେଓ ଲାଇବ୍ରେରି ଖୋଲିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନେକ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ସମସ୍ୟା ଉପରେ ଆଲୋଚନା କରିବା ସହ ଆଗାମୀ ଦିନ ମାନଙ୍କରେ ଗୋଁଣ୍ଡ ସଂସ୍କୃତି, ପରମ୍ପରା ରୀତିନୀତି ମହାପୁରୁଷ ମାନଙ୍କର ବିଚାରଧାରାକୁ ଆଗକୁ ନେବା ପାଇଁ ଗୋଣ୍ଡୱାନାଁ ଛାତ୍ର ସଂଗଠନ ପ୍ରଚାର ସଚିବ ଶଶିକାନ୍ତ ଧରୁଆ, ସଭ୍ୟ କ୍ଷୀରଧର ମାଝୀ, ସୁବାଷ ଧରୁଆ, ଲବ ଧରୁଆ, ନିରୁପମା କୁଅଁର, ଇଶ୍ୱର ଭୁଏ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଟିକେଶ୍ୱର ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିବା ବେଳେ ଗୋଲାପ ବିଶି ସଭା ପରିଚାଳନା ଦାୟିତ୍ୱ କରିଥିଲେ ।

Leave A Reply

Your email address will not be published.