ଚଳିତ ଅଭିଯୋଗ ଶୁଣାଣି ମଙ୍ଗଳବାର ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରତିମାସରେ ପ୍ରଥମ ସୋମବାର ଛତ୍ରପୁରରେ ହୋଇଥାଏ । କିନ୍ତୁ ସୋମବାର ଦିନ ଅଫିସ ଛୁଟି ହେତୁ ଚଳିତଥର ମଙ୍ଗଳବାର ତା.୩୧/୫/୨୦୨୨ ରିଖ ଦିବା ୧୦ଘଣ୍ଟା ସମୟରେ ଛତ୍ରପୁରସ୍ଥ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା (ପୁରୁଣା ଗୃହ)ର ଜଉଗଡ଼ ସମ୍ମିଳନୀ ଗୃହରେ ଶୁଣାଣି ଅନୁଷ୍ଠିତ ହେବ । ପୂର୍ବଭଳି ପ୍ରଥମେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ, ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ସାଧାରଣଙ୍କ ଲୋକଙ୍କ ଆପତ୍ତି, ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ କ୍ରମେ, ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତରେ ଶୁଣାଣି ସଂଗଠିତ ହେବ । ଜନସାଧାରଣଙ୍କ ଅବଗତ ନିମନ୍ତେ ଏବଂ ସର୍ବସାଧାରଣରେ ସୂଚନା ପ୍ରଦତ୍ତ କରିବା ନିମିତ୍ତ ଜିଲ୍ଲାପ୍ରଶାସନ ଏ ସମ୍ପର୍କରେ ଜଣାଇଛନ୍ତି ।

Leave A Reply

Your email address will not be published.