ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ଉଦ୍ୟମରେ କୂଅରୁ ସୁରକ୍ଷିତ ଭାବେ ବଳଦକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଉଡେନ ଗ୍ରାମର ଡୁଙ୍ଗୁରିପାଲିପଡ଼ାଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । କୂଅ ପାଖରେ ଚରୁ ଚରୁ ଏକ ବଳଦ ଗଭୀର କୂଅ ଭିତରେ ପଡିଯାଇଥିଲା । ବଳଦ ପାଣି ପିଇ ବାଡିକୁ ଚରିବାକୁ ଯିବା ବେଳେ ଗୋଡ଼ ଖସି କୂଅରେ ପଡି ଯାଇଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଖବର ପାଇ ଦମାଇଁପାଲି ପଞ୍ଚାୟତ ସରପଞ୍ଚ ତାରାକାନ୍ତୀ ତାଣ୍ଡି ଖପ୍ରାଖୋଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଦେଢ ଘଣ୍ଟା ପରିଶ୍ରମ କରି ବଳଦକୁ କୂଅ ଭିତରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । ପ୍ରାୟ ୪୦ ଫୁଟ ଗଭୀର କୂଅ ଭିତରେ ପଡିଥିଲେ ବି ବଳଦକୁ ଅକ୍ଷତ ଭାବେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ବଳଦଟି ଏବେ ସୁସ୍ଥ ଥିବା ଜଣାପଡିଛି । ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ଚନ୍ଦ୍ର ମଣି ବାଗ, ପ୍ରେମାନନ୍ଦ ବେହେରା ସରୋଜ ସିଦ୍ଧାର ବେଲାର ସିଂ ପୁଟା ପ୍ରମୋଦ ସ୍ବାଇଁ ମୋହିତ ମୋହନ ଶବର ପ୍ରମୁଖ ପହଞ୍ଚି ବଳଦକୁ ଉଦ୍ଧାର କରିଥିଲେ । କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ତାଣ୍ଡିଙ୍କ ଏପରି ଉଦ୍ୟମ ତଥା ବିପଦର ବନ୍ଧୁ ଭଳି ସେବା ସହଯୋଗ ଉଦ୍ୟମ ଜାରି ରଖିଥିବା ହେତୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.