ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିବା ନିରଞ୍ଜନ ବିଶିଙ୍କୁ ଅଭିନନ୍ଦନ ଜଣାଇଲେ ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ର ଡିବିଜନ୍‌ର କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ନିରଞ୍ଜନ ବିଶିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଅଟନ୍ତି ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଶି ଗତ ୨୭ ତରିଖରେ ବ୍ରଜରାଜ ନଗରରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିଥିଲେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ସୁଶାନ୍ତ ସିଂ ବରିଷ୍ଠ ବିଧାୟକ ଅତନୁ ସଭ୍ୟସାଚି ନାୟକ ଉପସ୍ଥିତିରେ ମିଶିଥିଲେ । ସେ ଆଜି ବିଜେଡି ଦଳ ପକ୍ଷରୁ ରାଜ୍ୟସଭା ପ୍ରାଥୀ ଭାବେ ନାମ ଘୋଷଣା କରାଯାଇଛି । ଶ୍ରୀ ବିଶି ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ, ରାଜ୍ୟ ଶବର ସମାଜର ମହା ଶଚିବ ୱେକ୍ସୋ ଏସ୍‌ସି ଏସ୍‌ଟି ସଂଘର ସଭାପତି, ବିଜୁଲି ଶ୍ରମିକ ସଂଘର ଉପ ସଭାପତି ଅନେକ ଗୁରୁତ୍ୱପୂଣ୍ଣ ଦାୟୀତ୍ଵରେ ଅଛନ୍ତି । ଏଥିରେ ଖୁସି ହୋଇ କେନ୍ଦୁପତ୍ର କର୍ମଚାରୀ ସଂଘର ସମ୍ପାଦକ ଲଳିତ ମଲ୍ଲିକ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟମାନେ ହେଲେ ବାଳ ମକୁନ୍ଦ କୂଅର, ଭୀଷ୍ମ ମଲ୍ଲିକ, ରଘୁନାଥ ବାଗ, ରଘୁନାଥ ମଲ୍ଲିକ, ଧଣ୍ଡା ମୁଣ୍ଡା ରେଞ୍ଜ୍ ସମ୍ପାଦକ ଭୋଜରାଜ୍ ବରିହା, ଗିରିଧାରୀ ଭୋଇ, ଘନ ଭୋଇ ପ୍ରମୁଖ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.