jayashree

ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା, ଫଳ ଓ ପନିପରିବାରେ ଉନ୍ନତ ଚାଷର ପ୍ରାଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉଦ୍ୟାନ ବିଭାଗ ଓ ଖପ୍ରାଖୋଲ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକଳ୍ପର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା, ଉନ୍ନତମାନର ଫଳ ଓ ପନିପରିବା ଚାଷର ପ୍ରାଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଉଦ୍ୟାନ ବିଭାଗର ମୁଖ୍ୟ ଅଧିକାରୀ ଅଭିନାଶ ବିଶ୍ଵାଳ ମୁଖ୍ୟ ଅତିଥି, ଖପ୍ରାଖୋଲ ଉଦ୍ୟାନ ବିଭାଗ ଏଚ୍‌ଇଡବ୍ଳୁ ଶେଷଦେବ ମାଝୀ, ଅବସରପ୍ରାପ୍ତ ଏଚ୍‌ଇଡବ୍ଳୁ ନବ୍ଦୀ ଚାନ୍ଦ, ବିକଳ୍ପର ସୁରେଶ କୁମାର ବେହେରା, ଲିଙ୍ଗରାଜ ପୁଟେଲ, ଭାନପୁର ସରପଞ୍ଚ ରୀନା ଜାଳ ଯୋଗଦେଇଥିଲେ । ଚାଷ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ବୈଷୟିକ ଜ୍ଞାନକୌଶଳରେ ବ୍ୟବହାର କରି ଜୈବିକ ପ୍ରଣାଳୀରେ ଫଳ ଓ ପନିପରିବାର ଚାଷ କରି କିପରି ଅଧିକରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ସେ ବିଷୟରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ଉଦ୍ୟାନ କୃଷି ଯୋଜନାଗୁଡିକ ମାଧ୍ୟମରେ ମହିଳାମାନେ କିପରି ତାଙ୍କର ରୋଜଗାର ବଢାଇପାରିବେ ସେ ଉପରେ ଗୀତ ଓ ପ୍ରବଚନ ମାଧ୍ୟମରେ ବୁଝାଇଥିଲେ ଏକତ୍ରିତ ହୋଇ କାମ କଲେ ଆଗକୁ ବଢ଼ିପାରିବା ବୋଲି ଅବସରପ୍ରାପ୍ତ ଏଚ୍‌ଇଡଡ୍ଲୁ ନବ୍ଦୀ ଚାନ୍ଦ କହିଥିଲେ । ଭାନୁପୁର ଗ୍ରାମ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଯୋଗଦେଇଥିଲେ । ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଏକ ପିଜି ଗୃପ ଗଠନ କରାଯାଇଥିଲା । ଏଥିରେ ଉଦ୍ୟାନ ସାଥୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିକଳ୍ପର ସୁରେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.