csstore

ବୃତ୍ତି ଭିତ୍ତିକ ପରାମର୍ଶ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକାଳ ଘ.୯ ସମୟରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ବୀଣାପାଣି ଶିକ୍ଷାସୌଧ ବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ତଥା ଯୁବା ପ୍ରକଳ୍ପ ୟୁନିସେଫ୍‌ ସହାୟତାରେ ଏକ ବୃତ୍ତି ଭିତ୍ତିକ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କର୍ମଶାଳାକୁ ଆରମ୍ଭ କରିଥିଲେ ଯୁବା ପ୍ରକଳ୍ପ ଓଡିଶାର ମୁଖ୍ୟ ଡ. ପ୍ରକାଶ ପ୍ରଧାନ ଏବଂ ସେ ଏହି କର୍ମଶାଳାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । କର୍ମଶାଳାରେ ସାଧନ କର୍ମୀ ଭାବରେ ଯୋଗଦାନ କରିଥିଲେ ଜିଲ୍ଲାସ୍ତରୀୟ ତାଲିମଦାତା ଅଶୋକ କୁମାର ମେହେର, ମହିମୁଣ୍ଡା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଦୁର୍ଯ୍ୟୋଧନ ପ୍ରଧାନ ଏବଂ ଚାରଭଟା ସରକାରୀ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଡା. ଅରୁଣ କୁମାର ବିହାରି । କର୍ମଶାଳାରେ ଉପସ୍ଥିତ ଥିଲେ ୬୫ ଜଣ ଯୁବକ ଯୁବତୀ । ସାଧନ କର୍ମୀ ବୃନ୍ଦ ଅଂଶଗ୍ରହଣକାରୀଙ୍କୁ ତାଙ୍କର ଲକ୍ଷ୍ୟ, ଭବିଷ୍ୟତ କର୍ମପନ୍ଥା ତଥା ସରକାରଙ୍କ ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ନିମିତ୍ତ ବିଭିନ୍ନ ଯୋଜନା ଇତ୍ୟାଦି ଉପରେ ଆଲୋକପାତ କରିବା ସହିତ ସେମାନଙ୍କୁ ତାଙ୍କ ଲକ୍ଷ୍ୟ ହାସଲ ପାଇଁ ପାଠପଢାରେ ମନୋନିବେଶ କରି ବିଭିନ୍ନ ମଙ୍ଗଳକାରୀ ଯୋଜନାଗୁଡିକରେ ସାମିଲ ହେବା ପାଇଁ କହିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ଲେଖପାଳ ବିପିନ ବିହାରୀ ଜେନା ଓ ଧନ୍ୟବାଦ ଅର୍ପଣ କରିଥିଲେ ବଳିୟାର ସିଂ ବସ୍ତିଆ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପ୍ରମୋଦ ବେହେରା, ମିତ୍ରଭାନୁ ସାହୁ ଓ ତରଣି ସାହୁ ପ୍ରମୁଖ ।

jayashree
Leave A Reply

Your email address will not be published.