ଜିଲ୍ଲା ବରିଷ୍ଠ ନାଗରିକ ମଂଚ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୧/୫/୨୦୨୨ର କାର୍ଯ୍ୟକାରିଣୀ ବୈଠକର ଆଧାରରେ ବରିଷ୍ଠ ନାଗରିକ ମଂର କାର୍ଯ୍ୟକର୍ତ୍ତା ଓ ସଭ୍ୟମାନେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପି.ଏଚ୍‌.ଡି ବଲାଙ୍ଗିରଙ୍କୁ ସାକ୍ଷାତ କରି ବଲାଙ୍ଗିର ସହରରେ ପାନୀୟ ଜଳ ସଂକଟର ଏବଂ ସୂଚାରୁ ପରିଚାଳନା ନିମନ୍ତେ ଦାବୀ ଉପସ୍ଥାପନ କରିଥିଲେ । ସହରର ତଳ ଅଂଚଳମାନଙ୍କରେ ପାନୀୟ ଜଳ ଯୋଗାଣରେ ଘୋର ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା, ଠିକ୍‌ ସମୟରେ ପାଇପ ପାଣି ଯୋଗାଣ, ନିକଟରେ ଉଚ୍ଚ ଟାୱାର ଥାଇ ମଧ୍ୟ ତା ନିକଟରେ ଥିବା ଅଂଚଳକୁ ପାଣି ନ ଯିବା ଯୋଗୁଁ ସେଠାକର ଅଧିବାସୀମାନେ ଜଳ କଷ୍ଠର ସମ୍ମୁଖିନ ହେଉଥିବା ଦୃଷ୍ଟିରୁ ତାର ତୁରନ୍ତ ସମାଧାନ କରିବାକୁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଓ ତା’ର ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା । ଏ ସବୁର ପ୍ରତିକାର କରିବାକୁ କାର୍ଯ୍ୟନିର୍ବାହି ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ପୁନଃଶ୍ଚ ବରିଷ୍ଠ ନାଗରିକ ମଂଚର ଆଉ ଏକ ପ୍ରତିନିଧି ମଣ୍ଡଳି ସୁପରିଟେଣ୍ଡିଙ୍ଗ ଯନ୍ତ୍ରୀ ବିଦ୍ୟୁତ ବିଭାଗ ବଲାଙ୍ଗିରକୁ ସାକ୍ଷାତ କରି ବାରମ୍ବାର ବିଦ୍ୟୁତ କାଟ ନିମନ୍ତେ ଏବଂ ସମୟ ସମୟରେ ବିନା ଘୋଷଣାରେ ଦୀର୍ଘ ସମୟ ବିଦ୍ୟୁତ କାଟ ହେଉଥିବା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଯନ୍ତ୍ରୀ ମହୋଦୟ ଏଣୁ ଏଣିକି ତାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ । ଫ୍ୟୁଜ କଲମାନଙ୍କରେ ଫୋନ କଲ ଗ୍ରହଣ ହେଉଥିବା କଥାକୁ ମଧ୍ୟ ତାଙ୍କ ଦୃଷ୍ଟି ଗୋଚରକୁ ଅଣାଯାଇଥିଲା । ସହର ମଧ୍ୟରେ ଅନେକ ଟ୍ରାନ୍ସଫରମର ସବ୍‌ ଷ୍ଟେସନ ଗୁଡିକ ଖୋଲା ମେଲା ରହିଥିବା ଯୋଗୁଁ ଦୁର୍ଘଟାକୁ ପ୍ରତିହତ କରିବାକୁ ବାଡ ଦେବା ପାଇଁ ଅନୁରୋଧ କରାଯାଇଥିଲା । ଏହାକୁ ମଧ୍ୟ ଶୀଘ୍ର ସମାପ୍ତ କରିବାକୁ ପ୍ରତିଶୃତି ଦେଇଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳିରେ ମଂଚର ସଭାପତି ପ୍ରଭାକର ମିଶ୍ର ଓ ସାଧାରଣ ସଂପାଦକ ମନୋରଂଜନ ମିଶ୍ରଙ୍କ ସହିତ କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ, ଉପସଭାପତି ବିରଞ୍ଚି ହୋତା, ଅତିରିକ୍ତ ସାଧାରଣ ସଂପାଦକ ସୁନିଲ ବିଶ୍ୱାଳ, ଯୁଗ୍ମ ସଂପାଦକ ଚୁଡେନ୍ଦ୍ର ବେହେରା, ଅଫିସ ସଂପାଦକ ଅଶୋକ ଚାନ୍ଦ, ସଂଗଠାନିକ ସଂପାଦକ ବିନୟ ମିଶ୍ର, ନାରାୟଣ ପାଢୀ, ମଲିଆ ଗଡୁଆ, ପୂର୍ଣ୍ଣଚନ୍ଦ୍ର ମେହେର ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ଏ ଗୁଡିକର ସଂଯୋଜନା ସକ୍ରିୟ ସଭ୍ୟ ମଲିଆ ଗଡୁଆ ନିର୍ବାହ କରିଥିଲେ ।

jittmm
Leave A Reply

Your email address will not be published.