ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ କମ୍ପାନୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିନ୍‌ଏସ୍‌) : ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୧୦,୦୦୦ କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ ବଲାଙ୍ଗିର ଜିଲ୍ଲାର ଚାରିଗୋଟି କୃଷକ ଉତ୍ପାଦକ କମ୍ପାନୀର ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଜଳଛାୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ନାବାର୍ଡ ସହାୟତାରେ ଅନୁଷ୍ଠିତ ବୈଠକରେ ଲକ୍ଷ୍ମଣ ସଏ, ଡିଡିଏମ୍ ବଲାଙ୍ଗିର ଅଧ୍ୟକ୍ଷତା କରିଥିବା ବେଳେ ହିମାଂଶୁ ଶେଖର ସାହୁ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦେଶକ ଟିଟିଲାଗଡ, ମହିତୋଷ ଦାସ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ବଲାଙ୍ଗିର, ଡ଼.ଅନିରୁଦ୍ଧ ବିଶ୍ୱାଳ ଅତିରିକ୍ତ ପ୍ରାଣିଧନ ଅଧିକାରୀ ବଲାଙ୍ଗିର, ପୀତବାସ ସାଇ ସହକାରୀ ମତ୍ସ୍ୟ ଅଧିକାରୀ ବଲାଙ୍ଗିର, ତୀର୍ଯ୍ୟକ ଦାଶ ସହକାରୀ ଉଦ୍ୟାନ ଅଧିକାରୀ ବଲାଙ୍ଗିର, ସମ୍ବିଧାନ ଭୁଏ ସହକାରୀ ଉଦ୍ୟାନ ଅଧିକାରୀ ଲୋଇସିଂହା, ଅବିନାଶ ଦାଶ ସହକାରୀ ଉଦ୍ୟାନ ଅଧିକାରୀ ବେଲପଡା ପ୍ରମୁଖ ଉପସ୍ଥିତ ଥିଲେ । ସିବିବିଓ ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କାର୍ଯକ୍ରମ ପରିଚାଳନା କରିଥିଲେ । ଏହି ଅବସରରରେ ଉପସ୍ଥିତ ଥିବା ଲୋଇସିଂହା, ବଙ୍ଗୋମୁଣ୍ଡା, ବେଲପଡା ଓ ବଲାଙ୍ଗିର ସଦରର ଚାରୋଟି କୃଷକ ଉତ୍ପାଦକ କମ୍ପାନୀ ସେମାନଙ୍କ ଅଗ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ । ଉପସ୍ଥିତ ସରକାରୀ ପଦାଧିକାରୀଗଣ ସରକାରଙ୍କର ବିଭିନ୍ନ ଯୋଜନାରେ କୃଷକ ଉତ୍ପାଦକ କମ୍ପାନୀର ଭୂମିକା କ’ଣ ଅଛି ଏବଂ ସାଧାରଣ କୃଷକ ଏହି କମ୍ପାନୀରୁ କିଭଳି ଲାଭବାନ ହୋଇପାରିବ, ସେ ବିଷୟରେ ଆଲୋଚନା କରିଥିଲେ । କୃଷକମାନେ ଏହି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସଙ୍ଗଠିତ ହେଲେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହଜରେ ବିକ୍ରି କରି ପାରିବା ସହିତ ଠିକ୍‌ ସମୟରେ ନିର୍ଦ୍ଧାରିତ ମୂଲ୍ୟ ପାଇ ଲାଭବାନ ହୋଇ ପାରିବେ । ସମ୍ପ୍ରତି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହୋଇ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଗୋ-ସୁଗମ ପୋର୍ଟାଲ ବିଷୟରେ ବିସ୍ତୃତ ବିବରଣୀ ଦେବା ସହିତ ଏହା ମାଧ୍ୟମରେ ସମସ୍ତ ପ୍ରକାର କୃଷି ଓ ଆନୁସଙ୍ଗିକ ଆବେଦନ କରିବାକୁ ଆହ୍ୱାନ ଦେଇଥିଲେ । ଚାରିଗୋଟି ଉତ୍ପାଦକ କମ୍ପାନୀର ୪୦ ଜଣ ନିର୍ଦେଶକ, ନିର୍ଦେଶିକା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମହାଶକ୍ତି ଫାଉଣ୍ଡେସନର କୃଷି ବିଶେଷଜ୍ଞ ମିହିର କୁମାର ସାଗର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.