jsm

ବୀମା ଓ ମରୁଡି ସହାୟତା ରାଶି ପ୍ରଦାନ ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନର ଜରୁରୀ ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ମରୁଡି ପ୍ରପୀଡ଼ିତ ପଦ୍ମପୁର ସବ ଡିଭିଜନ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଲେବିଡି ନାଲାର ଆମ୍ବ ବୁରେଇଠାରେ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ଚାଷୀମାନଙ୍କୁ ନେଇ ସଂଗଠନର ସଭାପତି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦୨୧ ଖରିଫ ଋତୁର ଫସଲବୀମା ପଲିସିକୁ ଏଚ୍‌ଡିଏଫ୍‌ସି କମ୍ପାନୀ ରିଜେକ୍ଟ ରିଭର୍ଟ ପେଣ୍ଡିଙ୍ଗ ନାଁରେ କାଟ ଛାଟ କରି ଚାଷୀମାନଙ୍କୁ ବୀମା ଟଙ୍କା ନ ଦେବା ଆଳରେ ଭୁଆଁ ବୁଲାଉଛି ସେ ବିଷୟରେ ବିଶେଷ ଆଲୋଚନା କରାଯାଇ ତୀବ୍ର ନିନ୍ଦା କରାଯାଇଥିଲା । କମ୍ପାନୀ ଓ ପ୍ରସାଶନ ମିଶି ଚାଷୀଙ୍କୁ ଶୋଷଣ କରାଯାଉଛି ବୋଲି ମତ ପ୍ରକାଶ ପାଇଥିଲା । ଆଗାମୀ ଜୁନ ୫ ତାରିଖ ସୁଦ୍ଧା ଯଦି କମ୍ପାନୀ ସମସ୍ତ ଆବେଦନକୁ ଏପୃଭ କରି ବୀମା କ୍ଷତି ପୁରଣ ପ୍ରଦାନ କରାଯାଉ ଓ ୨୦୨୧ ମସିହା ଖରିଫ ଋତୁରେ ଭୟଙ୍କର ମରୁଡି ହୋଇଥିଲା, ଯାହାକି ଏ ପ୍ରର୍ଯ୍ୟନ୍ତ ମରୁଡ଼ି ଘୋଷଣା ହୋଇନାହିଁ କି ମରୁଡି ସହାୟତା ରାଶି ମିଳିନାହିଁ । ତୁରନ୍ତ ବୀମା ଟଙ୍କା ଓ ମରୁଡି ସହାୟତା ରାଶି ଆଗାମୀ ଜୁନ ମାସ ୫ ତାରିଖ ସୁଦ୍ଧା ପ୍ରଦାନ କରାଯାଉ ଓ ଏଚ୍‌ଡିଏଫ୍‌ସି କମ୍ପାନୀକୁ ଫସଲବୀମାରେ ବରଗଡ଼ ଜିଲ୍ଲାରୁ ତୁରନ୍ତ ହଟାଯାଉ । ଆଜି ପର୍ଯ୍ୟନ୍ତ କ୍ରପ କଟିଂ ରିପୋର୍ଟ ସର୍ବ ସାଧାରଣ କରାନଯିବା ଘଟଣାକୁ ନିନ୍ଦା କରାଯିବା ସହିତ ଆଗାମୀ ୫ ତାରିଖ ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ କରାଯାଉ । ନଚେତ ଆଗାମୀ ଜୁନ ୬ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଗାଇସିଲେଟ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ମୁଖ୍ୟ ରାସ୍ତାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସଂଗଠନ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀପତ୍ର ଦେବା ସହ ଚେତାବନୀମୂଳକ ଦାବୀପତ୍ର ପ୍ରଦାନ କରିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ସରୋଜ ସାହୁ, ଗଜପତି ସାହୁ, ଆନନ୍ଦ ଚନ୍ଦ୍ର ପଧାନ, ଡୋଳାମଣି ସାହୁ, ପୁରୁଷୋତ୍ତମ ସାହୁ, ବେଣୁଧର ସାବତ, କ୍ଷୀରୋଦ ସାହୁ, ମୋହନ ସିଂ ବରିହା, ଜଗମୋହନ ସେଠ, ସମାରୁ ସାହୁ, ବିରେନ୍ଦ୍ର ସାହୁ, ରଥୀ ସାହୁ, ପ୍ରସନ୍ନ କୁମ୍ଭାର, ପ୍ରଫୁଲ୍ଲ ପଧାନ, ଗୁପ୍ତେଶ୍ଵର ସାହୁ ଓ ଗାଇସିଲେଟ ବ୍ଲକର ଅନେକ ଚାଷୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.