jsm

ଗରିବଙ୍କ ସାହାଯ୍ୟ ନିମନ୍ତେ ଡାକ୍ତର ସୁଦର୍ଶନ ମେହେରଙ୍କ ଅଭିନବ ପ୍ରୟାସ

csstore

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ସୁଦର୍ଶନ ମେହେର ଗରିବ ରୋଗୀଙ୍କ ସହାୟତା ନିମନ୍ତେ ଶ୍ରମିକ ଦିବସ ଦିନ ଅବସରରେ ମଇ ୧ ତାରିଖଠାରୁ ପରାମର୍ଶ ପାଇଁ ମାତ୍ର ପାଞ୍ଚ ଟଙ୍କା ନେଉଛନ୍ତି ଓ ସେହି ପଇସାକୁ ଗୋଟିଏ ଦାନବାକ୍ସରେ ରୋଗୀଙ୍କୁ ନିଜେ ଭରି ଦେବା ପାଇଁ କହୁଛନ୍ତି । ସେହି ପଇସାକୁ କୌଣସି ଅସହାୟ ଗରିବ ଲୋକ କିମ୍ବା ଗରିବ ଲୋକଙ୍କ ପାଇଁ କାମ କରୁଥିବା ସ୍ଵେଚ୍ଛାସେବୀ ସଂଗଠନକୁ ଦାନ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ରୋଗୀ ମାନଙ୍କ ମତାମତ ସୂଚନା ଅନୁଯାୟୀ କିଛି ଗରିବ ରୋଗୀ ପରାମର୍ଶ ପାଇଁ ମାତ୍ର ୫ ଟଙ୍କା ଯୋଗୁଁ ସେମାନେ ଡାକ୍ତରଙ୍କୁ ଧନ୍ୟବାଦ ଦେବା ସହିତ ବଳକା ପଇସାରେ ଯିବା ଆସିବା ଖର୍ଚ୍ଚ କିମ୍ବା ଔଷଧ କିଣି ପାରୁଛୁ ବୋଲି ଖୁସି ଅନୁଭବ କରିବା ସହିତ ପ୍ରତ୍ୟେକ ମାସରେ ଆସିପାରିବେ ପରାମର୍ଶ ପାଇଁ ବୋଲି ଆନନ୍ଦର ସହିତ କହୁଥିବା ପରିଲକ୍ଷିତ ହୋଇଥିଲା । ନାରାୟଣ କ୍ଲିନିକ୍‌ର ସମସ୍ତ କର୍ମଚାରୀ ମାନେ ମଧ୍ୟ ସଦାବେଳେ ଉତ୍ତମ ବ୍ୟବହାର ସହିତ ସହଯୋଗ କରନ୍ତି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି ।

yuvodaya
Leave A Reply

Your email address will not be published.