କମ୍ରେଡ୍ ସାଥୀ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଅଗ୍ରଣୀ ସେନାପତି, ବିଶିଷ୍ଟ ମାକ୍ସବଦୀ ତତ୍ୱବିତ୍, ପୂର୍ବତନ ଲୋକସଭା ସଭ୍ୟ ଓ ସିପିଆଇଏମ୍‌ର ପୁର୍ବତନ ରାଜ୍ୟ ସମ୍ପାଦକ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ସିପିଆଇଏମ୍‌ କଳାହାଣ୍ଡି ଜିଲ୍ଲା କମିଟି ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ଜିଲ୍ଲା କମିଟି ସମ୍ପାଦକ ବିଶ୍ୱଜିତ୍ ଚାଟାର୍ଜୀଙ୍କ ନେତୃତ୍ୱରେ ଶୋକସଭା କରି କମ୍ରେଡ୍‌ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଜୀବନୀର ସ୍ମୃତିଚାରଣ କରିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମଣ୍ଡଳୀ ସଭ୍ୟ ଗଙ୍ଗାଧର ପ୍ରହରାଜ, ଗ୍ରାମ ସମ୍ପାଦକ ସତ୍ୟଜିତ ଚାଟାର୍ଜୀ, ବିନତା ରାଉତ, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.